ଲୋକ ଭବନଠାରେ ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟିଙ୍କୁ ସାକ୍ଷାତ କରିଛନ୍ତି ଓଡ଼ିଶା ପୋଲିସର ନୂତନ ଅନ୍ତରୀଣ ମହାନିର୍ଦ୍ଦେଶକ (DGP) ବିନୟତୋଷ ମିଶ୍ର। ଏହି ସୌଜନ୍ୟମୂଳକ ସାକ୍ଷାତକାର ସମୟରେ ରାଜ୍ୟପାଳ ନୂତନ ଡିଜିପିଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି। ସାକ୍ଷାତକାର ଅବସରରେ ରାଜ୍ୟପାଳ ଡ. କମ୍ଭମ୍ପାଟି, ନୂତନ ଦାୟିତ୍ୱ ଗ୍ରହଣ କରିଥିବା ଡିଜିପି ଶ୍ରୀ ମିଶ୍ରଙ୍କ ସଫଳତା କାମନା କରିବା ସହ ଓଡ଼ିଶାବାସୀଙ୍କ ସୁରକ୍ଷା ଓ କଲ୍ୟାଣକୁ ପ୍ରାଥମିକତା ଦେଇ ଏକ ସଫଳ କାର୍ଯ୍ୟକାଳ ନିର୍ବାହ କରିବାକୁ ଆଶାପ୍ରକଟ କରିଛନ୍ତି। ସୂଚନାଯୋଗ୍ୟ ଯେ, ବିନୟତୋଷ ମିଶ୍ର ରାଜ୍ୟର ଶାନ୍ତିଶୃଙ୍ଖଳା ଓ ଆଇନ ପ୍ରଣାଳୀକୁ ଆହୁରି ସୁଦୃଢ଼ କରିବା ପାଇଁ ଏହି ନୂତନ ଗୁରୁଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ଅବସରରେ ଲୋକ ଭବନରେ ରାଜ୍ୟପାଳଙ୍କ ଦ୍ୱାରା ତାଙ୍କୁ ଉତ୍ତରୀୟ ଓ ସ୍ମାରକୀ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। Post navigation Odisha Floods: ବନ୍ୟା ପ୍ରଭାବିତ ଅଞ୍ଚଳରେ ଜଳ ଯୋଗାଣ ସ୍ୱାଭାବିକ କରିବାକୁ ତ୍ୱରିତ ପଦକ୍ଷେପ