ସହରରେ ଅଟୋ ଚାଳକମାନଙ୍କ ଦ୍ୱାରା ସୃଷ୍ଟି ହୋଇଥିବା ହଙ୍ଗାମା, ଭଙ୍ଗାରୁଜା ଓ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ସହରରେ ହୋଇଥିବା ସମସ୍ତ କ୍ଷତିପୂରଣ ଅଟୋ ଚାଳକଙ୍କଠାରୁ ହିଁ ଆଦାୟ କରାଯିବ ବୋଲି ସେ ସ୍ପଷ୍ଟ ଚେତାବନୀ ଦେଇଛନ୍ତି।

ମନ୍ତ୍ରୀ କହିଛନ୍ତି ସହରରେ ହଙ୍ଗାମା କାରଣରୁ ଯେଉଁସବୁ ସାଧାରଣ ଓ ସରକାରୀ ସମ୍ପତ୍ତି କ୍ଷତିଗ୍ରସ୍ତ ହୋଇଛି, ତାହାର ଭରଣା ଅଟୋ ଚାଳକମାନେ ହିଁ କରିବେ। ଗୁଣ୍ଡାଗିରିରେ ସାମିଲ ଥିବା ଚାଳକମାନଙ୍କ ବେଆଇନ ଅଟୋ ଷ୍ଟାଣ୍ଡକୁ ତୁରନ୍ତ ଉଚ୍ଛେଦ କରାଯିବ। ଏଥି ସହିତ ଆଇନକୁ ନିଜ ହାତକୁ ନେଇ ସାଧାରଣ ଲୋକଙ୍କ ଉପରେ ଆକ୍ରମଣ କରିବା ଏବଂ ସରକାରୀ ଗାଡ଼ି ଭଙ୍ଗାରୁଜା କରିବା ଆଦୌ ବରଦାସ୍ତ କରାଯିବ ନାହିଁ। ସରକାରୀ ସମ୍ପତ୍ତି ନଷ୍ଟ କରିଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଭଙ୍ଗାରୁଜା ଓ ହିଂସାତ୍ମକ କାର୍ଯ୍ୟକଳାପରେ ଲିପ୍ତ ଥିବା ଅଟୋ ଚାଳକମାନଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରାଯିବ।

Leave a Reply

Your email address will not be published. Required fields are marked *