ରାଜ୍ୟ ସରକାର ଜେଲ୍ ସଂଗଠନର ଅଧିକାରୀ ଓ କର୍ମଚାରୀମାନଙ୍କର ଭତ୍ତା ବୃଦ୍ଧି କରିଛନ୍ତି । ଏ ସମ୍ପର୍କିତ ଏକ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନୁମୋଦନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ଅନୁଯାୟୀ ଜେଲ୍ କର୍ମଚାରୀ ଓ ଅଧିକାରୀମାନଙ୍କ ବାର୍ଷିକ ପୋଷାକ ଭତ୍ତା ୨ ଗୁଣ ବୃଦ୍ଧି କରାଯାଇଛି । ଏହି ନିଷ୍ପତ୍ତି ଅନୁଯାୟୀ ଡିଆଇଜିଙ୍କଠାରୁ ଆରମ୍ଭ କରି ଆସିଷ୍ଟାଣ୍ଟ ମାଟ୍ରନ୍ ପର୍ଯ୍ୟନ୍ତ ମୋଟ ୩୭୮ ଜଣ ଅଧିକାରୀଙ୍କ ବାର୍ଷିକ ପୋଷାକ ଭତ୍ତା ୩,୦୦୦ ଟଙ୍କାରୁ ବୃଦ୍ଧି କରାଯାଇ ୬,୦୦୦ ଟଙ୍କା କରାଯାଇଛି। ସେହିପରି ୨,୧୨୨ ଜଣ ଚିଫ୍ ୱାର୍ଡର୍, ୱାର୍ଡର୍ ଓ ମହିଳା ୱାର୍ଡରଙ୍କ ବାର୍ଷିକ ପୋଷାକ ଭତ୍ତାକୁ ୪୦୦୦ ଟଙ୍କାରୁ ୮୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି । ଏହାଦ୍ୱାରା ସମୁଦାୟ ୨୫୦୦ ଜଣ ଜେଲ୍ କର୍ମଚାରୀ ଓ ଅଧିକାରୀ ଉପକୃତ ହେବେ । ଚଳିତ ଆର୍ଥିକ ବର୍ଷରୁ ଏହି ନୂତନ ପୋଷାକ ଭତ୍ତା ଲାଗୁ ହେବ। ଏହି ସଂଶୋଧିତ ଭତ୍ତା ଦ୍ୱାରା ମୋଟ ୨,୫୦୦ ଜଣ ଜେଲ ଅଧିକାରୀ ଓ କର୍ମଚାରୀ ଉପକୃତ ହେବେ। ନୂତନ ପୋଷାକ ଭତ୍ତା ଚଳିତ ଆର୍ଥିକ ବର୍ଷରୁ ହିଁ ଲାଗୁ କରାଯିବ। ଏଥିପାଇଁ ରାଜ୍ୟ ସରକାର ବାର୍ଷିକ ଅତିରିକ୍ତ ୯୬.୨୨ ଲକ୍ଷ ଟଙ୍କା ଖର୍ଚ୍ଚ କରିବେ ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି। Post navigation Odisha Cabinet to Meet Twice a Month: ମାସକୁ ଦୁଇଥର ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ Indian Women Hold England to 0-0 Draw, Secure Place in Next Round of Hockey World Cup