ବଦଳୁଛି ସାମ୍ବାଦିକସାମ୍ପ୍ରତିକ ପରିସ୍ଥିତିରେ ସାମ୍ବାଦିକତାର ଗତି ଓ ଧାରା ବଦଳିବାରେ ଲାଗିଛି । ମୁଦ୍ରଣ ମାଧ୍ଯମ ସହିତ ବୈଦ୍ୟୁତିକ ଗଣମାଧ୍ଯମ ଓ ସାମାଜିକ ଗଣମାଧ୍ଯମରେ ପରିବର୍ତନ ଘଟିବାରେ ଲାଗିଛି । ଓଡ଼ିଶାରେ ସାମ୍ବାଦିକତାର ଏଭଳି ପରିବର୍ତ୍ତନ ଆସି ସାରିଛି । ବଦଳୁଥିବା ଧାରାକୁ ନେଇ ଆଗାମୀ ଦିନ ନିମନ୍ତେ ପ୍ରସ୍ତୁତ ରହିବାକୁ ପଡ଼ିବ । ଓଡ଼ିଶାର ସାମ୍ବାଦିକମାନଙ୍କ ପାଇଁ ପେନସନ ପ୍ରଦାନ ନିମନ୍ତେ ଯୋଜନା ପ୍ରସ୍ତୁତ କରିବାକୁ ସରକାର ରାଜ୍ୟପାଳଙ୍କୁ ପ୍ରସ୍ତାବ ଦେଲେ ତାହା କାର୍ଯ୍ୟକାରୀ କରାଯିବ । ଆସନ୍ତା ବର୍ଷ ପ୍ରେସ ଦିବସ ପୂର୍ବରୁ ଏହି ବ୍ୟବସ୍ଥା ଲାଗୁ କରିବା ଦିଗରେ ଉଦ୍ୟମ ଜାରି ରହିବ ବୋଲି ରାଜ୍ୟପାଳ ରଘୁବର ଦାସ ଗୁରୁତ୍ବାରୋପ କରିଛନ୍ତି । ଶନିବାର ଦିନ ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ ପ୍ରତିଷ୍ଠା ଦିବସ ପାଳନ ଅବସରରେ ରାଜ୍ୟପାଳ ଓଡ଼ିଶାର ବିଶିଷ୍ଟ ସାମ୍ବାଦିକ ତଥା ସତ୍ୟର ସର ନିର୍ଭୟର ସଂପାଦକ ନବୀନ ଦାସଙ୍କୁ ‘ଉତ୍କଳ ସାମ୍ବାଦିକ ଋତ୍ନ’ ପୁରସ୍କାର ପ୍ରଦାନ ଅବସରରେ ରାଜ୍ୟପାଳ ଏଭଳି ମନ୍ତବ୍ୟ ରଖିଛନ୍ତି । ଏଥିସହିତ ଅନ୍ୟ ବିଶିଷ୍ଟ ସାମ୍ବାଦିକମାନଙ୍କୁ ମଧ୍ୟ ରାଜ୍ୟପାଳ ରାଷ୍ଟ୍ରୀୟ ସାମ୍ବାଦିକ ଗୌରବ ସମ୍ମାନ ପ୍ରଦାନ କରିଛନ୍ତି । ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ ର ପ୍ରତିଷ୍ଠା ଦିବସ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟପାଳ କହିଛନ୍ତି, ଡିଜିଟାଲ ମିଡିଆ ଯୁଗରେ ସାମ୍ବାଦିକର ବୃତ୍ତିଗତ ପରିବର୍ତନ ହୋଇଛି । ଏହାସତ୍ତ୍ବେ ସାମ୍ବାଦିକତାର ମୂଳ ସିଦ୍ଧାନ୍ତ ଅପରିବର୍ଲିତ ରହିଛି । ସାମ୍ବାଦିକତା ସମାଜକୁ ସୁଦୃଢ କରିଥାଏ । ଜନମତ ସୃଷ୍ଟି କରିବା ସହ ପ୍ରଶାସନକୁ ଜବାବ ଦେବାକୁ ବାଧ୍ଯ କରେ । ନିରପେକ୍ଷ ରହି କର୍ତ୍ତବ୍ୟ ପାଳନ ଅତ୍ୟନ୍ତ କଷ୍ଟକର । ଏହାସତ୍ତ୍ୱେ ମିଥ୍ୟା ଏବଂ ବିଭ୍ରାନ୍ତକାରୀ ଖବର ଆଜିର ପରିବେଷଣ ସାମ୍ବାଦିକମାନେ ପରିତ୍ୟାଗ କରିବା ଉଚିତ । ଗରିବଠାରୁ ଆରମ୍ଭ କରି ଧନୀ ପର୍ଯ୍ୟନ୍ତ ସମାଜର ପ୍ରତ୍ୟେକ ବର୍ଗର ଲୋକଙ୍କ ସହନ୍ଧ୍ୟା ଉପସ୍ଥାପନ କରିବା ଉଚିତ | ବାଚସ୍ପତି ସୁରମା ପାଢୀ କହିଥିଲେ ଯେ, ନିର୍ଭିକ ସାମ୍ବାଦିକତା ଉପରେ ପ୍ରତିଷ୍ଠିତ ସମ୍ବାଦ ପତ୍ର ଉତ୍କଳ ଦୀପିକାକୁ ଗୋଲ୍ ଟେବୁଲ ବୈଠ ବିଠକରେ ଉପସ୍ଥାପନ କରାଯାଇଥିଲା । ଏଥିସହ ଓଡ଼ିଆ ଭାଷା ଓ ଲିପିର ପ୍ରାଚୀନତାକୁ ଉପସ୍ଥାପନ କରାଯାଇ ଆମ ଭାଷାକୁ ନିଶ୍ଚିହ୍ନ କରିବା ଆନ୍ଦୋଳନ ବିରୋଧରେ ବିଜୟ ହାସଲ କରାଯାଇ ସତନ୍ତ୍ର ପ୍ରଦେଶ ଗଠନ ହୋଇଥିଲା । ସାଧୀନତା ତା ସଂଗ୍ରାମ ସମୟରେ ସାମ୍ବାଦିକମାନେ ସତ୍ୟ ପରିବେଷଣ କରି ବ୍ରିଟିଶ ଶାସ ଶାସନକୁ ଦୋହଲାଇ ଦେଇଥିଲେ । । ଦେଶର ଜରୁରୀକାଳୀନ ପରିସ୍ଥିତି ସମୟରେ ରେ ସାମ୍ବାଦିକତାର ସ୍ଥିତି ବର୍ଣନା କରି ଗଣତନ୍ତ୍ରୀର ଦିଗରେ ସାମ୍ବାଦିକମାନଙ୍କ ଭୂମିକା ରୁତପୂର୍ବ ଥିଲା ବୋଲି ବାଚସ୍ପତି କହିଥିଲେ । ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ଏକାମ୍ର ବିଧାୟକ ବାବୁ ସିଂହ କହିଥିଲେ, ସାମ୍ବାଦିକମାନେ ସମାଜକୁ ଦିଗଦର୍ଶନ ଦିଅନ୍ତି । ସର୍ବଶ୍ରେଷ୍ଠ ନେତୃତ୍ବ ସୃଷ୍ଟି କରନ୍ତି | ଜୟଦେବ ଭବନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଏହାପୂର୍ବରୁ ଚେଜିଂ ନେଚର ଅଫ୍ ପ୍ରେସ ଶୀର୍ଷକ ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଭାବେ ରାଜସ ମନ୍ତ୍ରୀ ସୁରେଶ ପୂଜାରୀ ଯୋଗ ଦେଇ କହିଥିଲେ, ସତ୍ୟ ପରିବେଷଣ କ୍ଷେତ୍ରରେ ସାମ୍ବାଦିକମାନେ ଆକ୍ରୋଶର ଶିକାର ହେବେ ହିଁ ହେବେ । ଏହାସତ୍ତ୍ୱେ ଗଣତନ୍ତ୍ରୀ ତିନି ସ୍ତମ୍ଭର ତ୍ରୁଟିବିଚ୍ୟୁତି ଦର୍ଶାଇବା ଗଣମାଧ୍ଯମର କର୍ତ୍ତବ୍ୟ ବୋଲି ଲି ସେ କହିଥିଲେ | ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ ଆନୁକୂଲ୍ୟରେ କେନ୍ଦ୍ର ସରକାରଙ୍କ ଦୁରଦର୍ଶନ କେନ୍ଦ୍ର, ଆକାଶବାଣୀ, ରିଜିଓନାଲ ଆଉଟରିଚ ବ୍ୟୁରୋ (ଏଫଓବି ) ଏବଂ ଏକାଡେମୀ ଅଫ୍ ମ୍ୟାନେଜମେଣ୍ଟ ଆଣ୍ଡ କନଫରମେସନ ଟେକ୍ନୋଲୋଜି ର ମିଳିତ ଆନୁକୂଲ୍ୟରେ ନଭେମ୍ବର ୧୬ ତାରିଖ ଶନିବାର ସ୍ଥାନୀୟ ଜୟଦେବ ଭବନ ରେ ପ୍ରେସ ଡେ ପାଳନ କରାଯାଇଛି । ଏଥିରେ ୩୩ ବରିଷ୍ଠ ସାମ୍ବାଦିକଙ୍କୁ ପେନସନ ଦେଇଛି ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ। Post navigation କ୍ଷୁଦ୍ର ମଧ୍ୟମ ଉଦ୍ୟୋଗ ଯୋଜନା ବାଟବଣା, ଋଣ ଯନ୍ତା ରେ ବେକାର ଯୁବକ ଯୁବତୀ ଓଡିଶା ଭାଷା ଓ ସଂସ୍କୃତିର ସୁରକ୍ଷା ଓ ସମୃଦ୍ଧି ପାଇଁ ବୁଦ୍ଧିଜୀବି ପ୍ରକୋଷ୍ଠ ତରଫରୁ ଆଲୋଚନାଚକ୍ର