ବେକାରୀ ସମସ୍ୟା ଦୂର କରିବା ପାଇଁ ବେକାର ଯୁବକ, ଯୁବତୀମାନଙ୍କୁ କର୍ମ ସଂସ୍ଥାନ ଯୋଗାଇ ଦେବାକୁ କେନ୍ଦ୍ର ଠାରୁ ଆରମ୍ଭ କରି ରାଜ୍ୟ ସରକାର ଅନେକ ଯୋଜନା କରିଛନ୍ତି । ଏସ୍ଏସ୍ଏମ୍ଇ ଓ ପିଏମ୍‌ଇଜିପି ମାଧ୍ଯମରେ ବେକାର ଯୁବତୀ ଯୁବକଙ୍କ ପାଇଁ କ୍ଷୁଦ୍ର ମଧ୍ୟମ ଉଦ୍ୟୋଗ ଯୋଜନା ମାଧ୍ୟମରେ ବ୍ୟବସାୟ ପାଇଁ ଋଣ ପ୍ରଦାନ କରାଯାଉଛି। ମାତ୍ର ବ୍ୟାଙ୍କରୁ ଆବଶ୍ୟକ ପରିମାଣ ଋଣ ନ ମିଳିବାରୁ ମିଳିଥିବା ଅର୍ଥରେ ଉଦ୍ୟୋଗ ଚଳାଇବା କଷ୍ଟ ହେଉଛି । ପରେ କ୍ଷତି ଭରଣା ପାଇଁ କରଜ କରି ଜମିବାଡ଼ି ବିକି ଶିଳ୍ପ ଉଦ୍ୟୋଗ ଚଳାଇବା ବେଳକୁ ବ୍ୟାଙ୍କ ତୃତୀୟ ପକ୍ଷ ଗୁଣ୍ଡାଙ୍କ ଦ୍ବାରା ଶୋଷଣର ଶିକାର ହେଉଛନ୍ତି ଯୁବଶିକ୍ଷୋଦ୍ୟୋଗୀ। ଫଳରେ ଶିଳ୍ପ ଉଦ୍ୟୋଗ ବନ୍ଦକରି ଯୁବକ, ଯୁବତୀ ଦାଦନ ଖଟିବାକୁ ବାହାର ରାଜ୍ୟକୁ ପଳାଇ ଯାଉଛନ୍ତି । ବ୍ୟାଙ୍କର ତୃତୀୟ ପକ୍ଷ ରିକଭରିକୁ ଆର୍‌ବିଆଇ ନିଷେଧ କରିଛି । ଆଗ୍ରହୀ ଯୁବକ, ଯୁବତୀମାନେ ଶିଳ୍ପ କେନ୍ଦ୍ରରେ ଆବେଦନ କରୁଥିଳେ ସବୁ କ୍ଷେତ୍ରରେ ଆର୍ଥକ ସହାୟତା ପାଇପାରୁ ନାହାନ୍ତି । ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଅନେକ ସ୍କୁଲ ସ୍କେଲ ଉଦ୍ୟୋଗ ହୋଇ ତାହା ଅଳ୍ପଦିନ ପରେ ବନ୍ଦ ହୋଇଯାଉଛି। ପୁଣି ଯୁବକ, ଯୁବତୀ ଋଣ ନେଇ ନୂଆ ଉଦ୍ୟୋଗ ଖୋଲୁଛନ୍ତି । ସେ ବି କିଛିଦିନ ପରେ ବନ୍ଦ ହେଉଛି । ଏହାର କାରଣ ନା ଡିଆଇସି ଅଧିକାରୀ ବୁଝୁଛନ୍ତି ନା ବ୍ୟାଙ୍କ ଅଧିକାରୀ। ଏମାନେ କେବଳ ଟାର୍ଗେଟ ପୂରଣରେ ବ୍ୟସ୍ତ ରହୁଛନ୍ତି।

ତେବେ ତୃତୀୟ ପକ୍ଷ ଦ୍ବାରା ଗ୍ରାହକଙ୍କଠାରୁ ଋଣ ଅସୁଲ କିମ୍ବା ରାସ୍ତାରେ ଚାଲୁଥୁବା ଗାଡ଼ି କି ସମ୍ପତ୍ତି ଜବତ କରାଯାଇ ପାରିବ ନାହିଁ । ଏହି ନିର୍ଦ୍ଦେଶନାମାକୁ ତତ୍କାଳ କାର୍ଯ୍ୟକାରୀ କରିବାକୁ ରିଜର୍ଭ ବ୍ୟାଙ୍କ ଦେଶର ସମସ୍ତ ବ୍ୟାଙ୍କ ଓ ଫାଇନାନ୍ସ କମ୍ପାନୀଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି । ମାତ୍ର ପଟ୍ଟାମୁଣ୍ଡାଇର କେତୋଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଓ ଫାଇନାନ୍ସ କମ୍ପାନୀ ତୃତୀୟ ପକ୍ଷ ଦ୍ବାରା ଗ୍ରାହକଙ୍କଠାରୁ ଋଣ ଅସୁଲ ପାଇଁ ବ୍ଲାକ୍ ମେଲିଂ କରିବା ଭଳି ଘଟଣା ସାମ୍ନାକୁ ଆସୁଛି । ଯେଉଁ ଚାଷୀମାନେ ଜମି ବନ୍ଧା ରଖ୍ ଋଣ ନେଇଛନ୍ତି, କିସ୍ତି ଖିଲାପ ହେଲେ ତୁରନ୍ତ ଏହାକୁ ଶୁଝିବାକୁ କୁହାଯାଉଛି। ଦେଇ ନ ପାରିଲେ ତୃତୀୟ ପକ୍ଷଙ୍କ ଦ୍ବାରା ଗାଁ ଦାଣ୍ଡରେ ବେଜିତ କରାଯାଉଛି । ତାହା ପରେ ଆସିଲା କୋର୍ଟ ନୋଟିସ । ଚାଷୀ କୋର୍ଟକୁ ଧାଇଁ ଧାଇଁ ନୟାନ୍ତ ହେଲେ । ସେପଟେ ଋଣ ପରିଶୋଧ ନ କରିବାରୁ ସରକାରୀ ଯୋଜନାରେ ମିଳୁଥିବା ସହାୟତା ବନ୍ଦ ହୋଇଯାଉଛି। ମିଳୁଥିବା ସହାୟତା ଟଙ୍କା ବ୍ୟାଙ୍କ ରଖୁଛି। ଚାଷୀଙ୍କ ଆକାଉଣ୍ଟ ମଧ୍ୟ ବନ୍ଦ ହେଉଛି । ତେବେ ଗରିବ ଚାଷୀ ବା ଉଦ୍ୟୋଗୀ ଏମିତି ଋଣଯନ୍ତାରେ କଲବଲ ହେଉଥିବାବେଳେ ପ୍ରକୃତ ଦୋଷୀ ଓ ଅଧିକାରୀମାନେ ଖସି ଯାଉଥିବା ଜଣାପଡ଼ିଛି।

By Nirvay

Leave a Reply

Your email address will not be published. Required fields are marked *