Odisha cm discusses Ratha Jatra Preparations with Gajapati Maharaja
ସ୍ନାନ ପୂର୍ଣ୍ଣମା ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ରଥଖଳାରୁ ସିଧା ଶ୍ରୀନଅର ଗସ୍ତ କରିଛନ୍ତି । ସେଠାରେ ସେ ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ।
 
ମୁଖ୍ୟମନ୍ତ୍ରୀ ମାଝୀ ଗଜପତି ମହାରାଜାଙ୍କ ସହ ଆସନ୍ତା ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ଶୃଙ୍ଖଳିତ ଓ ସୁରୁଖୁରେ ସମ୍ପାଦନ କରିବା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି । ରଥଯାତ୍ରା ସମୟରେ ଭିଡ଼ ପରିଚାଳନା, ନୀତିକାନ୍ତି, ସୁରକ୍ଷା ବ୍ୟବସ୍ଥା ଓ ଭକ୍ତମାନଙ୍କ ସୁବିଧା ସମ୍ପର୍କରେ ଆଲୋଚନା ହୋଇଛି । ଏହାସହ ମୁଖ୍ୟମନ୍ତ୍ରୀ ଇସ୍କନ ଦ୍ୱାରା ବିଭିନ୍ନ ସ୍ଥାନରେ ଆୟୋଜିତ ହେଉଥିବା ଅଦିନିଆ ରଥଯାତ୍ରା ପ୍ରସଙ୍ଗରେ ମଧ୍ୟ ଗଜପତି ମହାରାଜାଙ୍କ ସହ ଆଲୋଚନା କରିଛନ୍ତି ।
odisha-cm-discusses-ratha-jatra-preparations-with-gajapati-maharaja

By Nirvay

Leave a Reply

Your email address will not be published. Required fields are marked *