Odisha Cabinet approves 8 Proposals
ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୪୨ତମ କ୍ୟାବିନେଟ ବୈଠକରେ ୬ଟି ବିଭାଗର ୮ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ପ୍ରଦାନ କରାଯାଇଛି ।
 
ଅନୁମୋଦିତ ପ୍ରସ୍ତାବଗୁଡ଼ିକ ମଧ୍ୟରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ୨ଟି, ଆଇନ ବିଭାଗର ୧ଟି, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ୧ଟି, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ୧ଟି, ବୟନ ଓ ହସ୍ତଶିଳ୍ପ ବିଭାଗର ୨ଟି ଏବଂ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ୧ଟି ପ୍ରସ୍ତାବ ସାମିଲ ରହିଛି ।
 
ଏଥିରେ ସରକାରୀ କର୍ମଚାରୀଙ୍କ ପାଇଁ ସମ୍ପତ୍ତି ତାଲିକା ବାଧ୍ୟତାମୂଳକ ସହ ନିୟମ ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ, ଭୁବନେଶ୍ୱର ପ୍ରକଳ୍ପ ପାଇଁ ୧୭୫ କୋଟି, ଉଠା ଦୋକାନୀଙ୍କ ଋଣ ପାଇଁ ଷ୍ଟାମ୍ପ ଡିଉଟି ଛାଡ଼, ସ୍ଥାନଗୁଡ଼ିକର ଇଂରାଜୀ ବନାନ ସଂଶୋଧନ ଏବଂ ଅଚଳ ସୁତାକଳର ପୁନରୁଦ୍ଧାର ପାଇଁ ବଜେଟ୍ ଅନୁମୋଦନ ସାମିଲ ରହିଛି ।
 
୨୬ଟି ଜିଲ୍ଲାର ୬୪ଟି ସ୍ଥାନର ଇଂରାଜୀ ବନାନ ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି । ବ୍ରିଟିଶ ଶାସନ କାଳରୁ ସରକାରୀ ରେକର୍ଡରେ ରହିଆସିଥିବା ବିକୃତ ଇଂରାଜୀ ବନାନର ଏଣିକି ସଂଶୋଧନ କରାଯିବ ।

By Nirvay

Leave a Reply

Your email address will not be published. Required fields are marked *