ଓଡ଼ିଶା ବିଧାନସଭାର ୨୦୨୬ ଶୀତକାଳୀନ ଅଧିବେଶନ ବୁଧବାର ଦିନ ପ୍ରବଳ ହଟ୍ଟଗୋଳ ମଧ୍ୟରେ ଆରମ୍ଭ ହୋଇଛି। ବିରୋଧୀ ଦଳର ଲଗାତାର ପ୍ରତିବାଦ ଓ ନାରାବାଜି ଯୋଗୁଁ ବାଚସ୍ପତି ସୁରମା ପାଢ଼ୀ ଗୃହ କାର୍ଯ୍ୟକୁ ଆସନ୍ତାକାଲି ସକାଳ ୧୦ଟା ୩୦ ମିନିଟ୍ ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି। ଗୃହରେ ଆଜି ସରକାର ବନ୍ୟା ମୁକାବିଲାରେ ବିଫଳ ହୋଇଥିବା ଅଭିଯୋଗ କରି ବିଜେଡି ପକ୍ଷରୁ ହୋହାଲ୍ଲା କରାଯାଇଥିବା ବେଳେ କୋଟିଆ ପ୍ରସଙ୍ଗକୁ ନେଇ କଂଗ୍ରେସ ସଦସ୍ୟମାନେ ମଧ୍ୟ ଗୃହ ଭିତରେ ପ୍ରତିବାଦ ଜଣାଇଥିଲେ। ବିରୋଧୀଙ୍କ ଏହି କ୍ରମାଗତ ହଙ୍ଗାମା ଓ ପ୍ରତିବାଦ ଯୋଗୁଁ ବାଧ୍ୟହୋଇ ବିଧାନସଭା ଗୃହକୁ ଆସନ୍ତାକାଲି ସକାଳ ସାଢ଼େ ୧୦ଟା ପର୍ଯ୍ୟନ୍ତ ମୁଲତବୀ କରାଯାଇଛି। Post navigation Cyclone Akvan Preparedness: ରାଜ୍ୟରେ ବାତ୍ୟା ମୁକାବିଲା ପ୍ରସ୍ତୁତି: ରାସ୍ତା ସଫା ଓ ଗଛ କାଟିବା ପାଇଁ ମୁତୟନ ହେଲେ ୧୦୦ OFDC ଟିମ୍