Odisha-Andhra Police Face-Off Over Kotia
କୋଟିଆକୁ ନେଇ ପୁଣି ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ଉତ୍ତେଜନା ଦେଖାଦେଇଛି । କୋଟିଆ ଅଞ୍ଚଳରେ ଆନ୍ଧ୍ର ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ଓଡ଼ିଶା ପୋଲିସ ସେମାନଙ୍କୁ ଅଟକାଇଥିବା ସୂଚନା ମିଳିଛି । ଏହାକୁ ନେଇ ଉଭୟ ରାଜ୍ୟର ପୋଲିସ ମଧ୍ୟରେ କିଛି ସମୟ ପାଇଁ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା ।
 
ସୂଚନା ଅନୁଯାୟୀ, ଆନ୍ଧ୍ର ପୋଲିସ କୋଟିଆ ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ସମୟରେ ଓଡ଼ିଶା ପୋଲିସ ସେମାନଙ୍କୁ ମାଡ଼କାର ଠାରେ ଅଟକାଇଥିଲା । ଏହାପରେ ଉଭୟ ପକ୍ଷ ମଧ୍ୟରେ କିଛି ସମୟ ଧରି ଉଚ୍ଚବାଚ ହୋଇଥିଲା । ପରିସ୍ଥିତିକୁ ନେଇ ଉତ୍ତେଜନା ବଢ଼ିଥିବା ବେଳେ ଶେଷରେ ଆନ୍ଧ୍ର ପୋଲିସ ଫେରିଯାଇଥିବା ସୂଚନା ମିଳିଛି ।
 
କୋଟିଆକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ଦୀର୍ଘଦିନ ଧରି ବିବାଦ ଲାଗିରହିଛି । ଏହି ପରିପ୍ରେକ୍ଷୀରେ ଅଞ୍ଚଳରେ ଦୁଇ ରାଜ୍ୟର ପୋଲିସ ମୁହାଁମୁହିଁ ହେବା ଘଟଣା ପୁଣି ଥରେ ସୀମା ବିବାଦକୁ ଚର୍ଚ୍ଚାକୁ ଆଣିଛି ।
 
ତେବେ ଘଟଣା ସମ୍ପର୍କରେ ଉଭୟ ରାଜ୍ୟର ପୋଲିସ ପକ୍ଷରୁ ଆନୁଷ୍ଠାନିକ ବିବୃତି ମିଳିବା ପରେ ଅଧିକ ତଥ୍ୟ ସ୍ପଷ୍ଟ ହୋଇପାରିବ ।

By Nirvay

Leave a Reply

Your email address will not be published. Required fields are marked *