ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ (DHSE) ଦ୍ୱାରା ୨୦୨୬-୨୭ ଶିକ୍ଷାବର୍ଷ ପାଇଁ +୨ ଇ-ନାମଲେଖା (e-Admission) ପ୍ରକ୍ରିୟାର ପ୍ରଥମ ପର୍ଯ୍ୟାୟ ‘ସ୍ପଟ୍ ସିଲେକ୍ସନ୍’ (SPOT Selection) ତାଲିକା ପ୍ରକାଶ ପାଇଛି। ଏହି ପର୍ଯ୍ୟାୟରେ ବିଭିନ୍ନ ବିଭାଗ (Streams) ମିଶି ସମୁଦାୟ ୨୫,୩୩୨ ଜଣ ଛାତ୍ରଛାତ୍ରୀ ଭର୍ତ୍ତି ପାଇଁ ଚୟନ ହୋଇଛନ୍ତି। ଚୟନ ହୋଇଥିବା ଛାତ୍ରଛାତ୍ରୀଙ୍କୁ SAMS ପୋର୍ଟାଲରେ ଲଗ୍ଇନ୍ କରି ଆଡମିଶନ, ଡକ୍ୟୁମେଣ୍ଟ ଯାଞ୍ଚ ଓ ପରବର୍ତ୍ତୀ ପ୍ରକ୍ରିୟା ସମ୍ବନ୍ଧୀୟ ସମସ୍ତ ସୂଚନା ଯାଞ୍ଚ କରିବାକୁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। Post navigation Journalist Insurance Scheme: ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଦ୍ୱନ୍ଦ୍ବ; ପ୍ରତିକ୍ରିୟା ରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ Jaydev Vihar-Nandankanan Flyover Project: ଜୟଦେବ ବିହାର-ନନ୍ଦନକାନନ ଫ୍ଲାଏଓଭର ପ୍ରକଳ୍ପ ପାଇଁ ମାଟି ପରୀକ୍ଷା କାର୍ଯ୍ୟ ଆରମ୍ଭ