ରାଜ୍ୟ ସରକାର ଆଜି ଆଇଏଏସ୍ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରି ବରିଷ୍ଠ ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି।  ଓଡ଼ିଶା ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ, ରାଜ୍ୟରେ ଏକାଧିକ ବରିଷ୍ଠ ଆଇ.ଏ.ଏସ୍. ଅଧିକାରୀଙ୍କୁ ନୂତନ ଦାୟିତ୍ୱ ତଥା ଅଦଳବଦଳ କରାଯାଇଛି।

ନୂତନ ଦାୟିତ୍ୱ ଅନୁଯାୟୀ;

  1. ବିଷ୍ଣୁପଦ ସେଠୀ, ଆଇ.ଏ.ଏସ୍. (୧୯୯୫): ଓଡ଼ିଶା ବନ ଉନ୍ନୟନ ନିଗମର ମୁଖ୍ୟ ପ୍ରଶାସକ ତଥା ଅତିରିକ୍ତ ଦାୟିତ୍ୱରୁ ବଦଳି କରାଯାଇ ତାଙ୍କୁ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ନିଯୁକ୍ତ କରାଯାଇଛି।
  2. ଗିରିଶ ଏସ୍.ଏନ୍., ଆଇ.ଏ.ଏସ୍. (୨୦୦୨): ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗର କମିଶନର ତଥା ଶାସନ ସଚିବଙ୍କୁ ବଦଳି କରାଯାଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ଭାବେ ନିଯୁକ୍ତ କରାଯାଇଛି।
  3. ଅଶ୍ୱତୀ ଏସ୍., ଆଇ.ଏ.ଏସ୍. (୨୦୦୩): ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ଏବଂ SITI-ଓଡ଼ିଶାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଅତିରିକ୍ତ ଦାୟିତ୍ୱରୁ ମୁକ୍ତ କରାଯାଇ, ସ୍ୱତନ୍ତ୍ର ଶାସନ ସଚିବ, ଅର୍ଥ ବିଭାଗ ଭାବେ ନିଯୁକ୍ତି ଦିଆଯାଇଛି। ସେ SITI-ଓଡ଼ିଶାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଅତିରିକ୍ତ ଦାୟିତ୍ୱ ଜାରି ରଖିବେ।
  4. ରୂପା ମିଶ୍ର, ଆଇ.ଏ.ଏସ୍. (୨୦୦୪): କେନ୍ଦ୍ରୀୟ ଡେପୁଟେସନରୁ ପ୍ରତ୍ୟାବର୍ତ୍ତନ ପରେ ତାଙ୍କୁ କମିଶନର ତଥା ଶାସନ ସଚିବ, ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ଭାବେ ଅବସ୍ଥାପିତ କରାଯାଇଛି।

ରାଜ୍ୟର ପ୍ରଶାସନିକ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ ଓ ଗତିଶୀଳ କରିବା ଉଦ୍ଦେଶ୍ୟରେ ଏହି ନୂତନ ନିଯୁକ୍ତିଗୁଡ଼ିକ କରାଯାଇଛି।

Leave a Reply

Your email address will not be published. Required fields are marked *