ଆନ୍ଧ୍ର ପଞ୍ଚାୟତ ନିର୍ବାଚନ ପାଇଁ ଚାଲିଛି ଭୋଟ ଗ୍ରହଣ। ଏହାକୁ ନେଇ  ଓଡ଼ିଶା-ଆନ୍ଧ୍ରପ୍ରଦେଶ ସୀମାନ୍ତର ସମ୍ବେଦନଶୀଳ କୋଟିଆ ଅଞ୍ଚଳରେ ପୁଣିଥରେ ଉତ୍ତେଜନା ଦେଖାଦେଇଛି। ଆନ୍ଧ୍ର ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ପଞ୍ଚାୟତ ନିର୍ବାଚନ ସମୟରେ କୋଟିଆରେ ଥିବା କିଛି ଆନ୍ଧ୍ର ଭୋଟର ମତଦାନ କରିଥିବା ନେଇ ସୂଚନା ମିଳିଛି।

ସୂଚନା ମୁତାବକ, ସାରିକାରେ ଆୟୋଜିତ ମତଦାନ କେନ୍ଦ୍ରକୁ ଯାଇ କୋଟିଆର କିଛି ବାସିନ୍ଦା ଆନ୍ଧ୍ର ପଟର ଭୋଟ ଦେଇଥିଲେ। ତେବେ କେଉଁ ପରିସ୍ଥିତିରେ ଏବଂ କେମିତି ସେମାନେ ଏହି ମତଦାନରେ ସାମିଲ ହେଲେ, ସେନେଇ ଏଯାଏଁ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ।

ଅନ୍ୟପଟେ ମତଦାନ ସାରି ଫେରିବା ସମୟରେ ସେଠାରେ ଉପସ୍ଥିତ ପୁଲିସ୍ ଏବଂ ସ୍ଥାନୀୟ ଲୋକଙ୍କ ମଧ୍ୟରେ କଥା କଟାକଟି ହୋଇଥିବା ଜଣାପଡ଼ିଛି। ଏହି ସମ୍ପୂର୍ଣ୍ଣ ଘଟଣାକୁ ନେଇ ବର୍ତ୍ତମାନ ସୁଦ୍ଧା କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ଆନୁଷ୍ଠାନିକ ପ୍ରତିକ୍ରିୟା ଦିଆଯାଇ ନାହିଁ। ସେପଟେ ଆନ୍ଧ୍ରର ଅନୁପ୍ରବେଶ ରୋକିବାକୁ ପୋଲିସ ଏବଂ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

Leave a Reply

Your email address will not be published. Required fields are marked *