ପ୍ରସ୍ତାବିତ ଜୟଦେବ ବିହାର-ନନ୍ଦନକାନନ ଫ୍ଲାଏଓଭର ପ୍ରକଳ୍ପ ପାଇଁ ମାଟି ପରୀକ୍ଷା କାର୍ଯ୍ୟ ଆରମ୍ଭ ହୋଇଛି। ଗତକାଲି କଳିଙ୍ଗ ହସ୍ପିଟାଲ ଛକରେ ୨ଟି ସ୍ଥାନରେ ଏହାର କାମ ଆରମ୍ଭ ହୋଇଥିବା ବେଳେ ଆଜିଠାରୁ ଆହୁରି ତ୍ୱରାନ୍ୱିତ ହୋଇଛି। ଏହା ସେପ୍ଟେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ଏହା ଚାଲିବ। ଏ ନେଇ ଆଜି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ । ସେ କହିଛନ୍ତି ବିଗତ ଦିନ ତୁଳନାରେ ଏବେ ଦୁଇଗୁଣା ଅଧିକ ରାସ୍ତା ନିର୍ମାଣ ହେଉଛି । ନିର୍ଦ୍ଧାରିତ ସମୟରେ ପ୍ରକଳ୍ପ କାମ ଶେଷ କରିବାକୁ ଲକ୍ଷ୍ୟ ରହିଛି । ଏହି ଯୋଜନା ଭୁବନେଶ୍ୱର ସହରକୁ ଡି-କନଜେଷ୍ଟ କରିବ।

Leave a Reply

Your email address will not be published. Required fields are marked *