୨୦୨୫ ଫେବୃଆରୀ ୯ ରେ କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଭାରତ ବନାମ ଇଂଲଣ୍ଡ ଦିନିକିଆ ଆନ୍ତର୍ଜାତୀୟ ମ୍ୟାଚ ପାଇଁ  ଟିକେଟ୍ ମୂଲ୍ଯ ହ୍ରାସ କରାଯାଇଛି। ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ) ର ବରିଷ୍ଠ ଅଧିକାରୀଙ୍କ ସହ ଏକ ବୈଠକରେ କ୍ରୀଡ଼ା ବିଭାଗ ଏହି ନିଷ୍ପତ୍ତି ନେଇଛି। କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ଯବଂଶୀ ସୁରଜ ଏହି ବୈଠକରେ ଅଧ୍ଯକ୍ଷତା କରିଥିଲେ। ଓ. ସି. ଏ. ର ପୂର୍ବରୁ ନିର୍ଦ୍ଧାରିତ ଟିକେଟ୍ ମୂଲ୍ଯରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ହୋଇଛି।

ନିଷ୍ପତ୍ତି ଅନୁଯାୟୀ, ଗ୍ୟାଲେରୀ ୧ ଏବଂ ୩ ର ମୂଲ୍ଯ, ଯାହା ୧୨୦୦୦ ଟଙ୍କା ଥିଲା ତାହା ୧୧୦୦୦ ଟଙ୍କାକୁ ହ୍ରାସ କରାଯାଇଛି। ଯେଉଁ କ୍ରିକେଟ ପ୍ରେମୀମାନେ ଗ୍ୟାଲେରୀ ୨ ଏବଂ ୪ ପାଇଁ ଟିକେଟ୍ ପାଇବାକୁ ଚାହୁଁଛନ୍ତି ସେମାନଙ୍କୁ ୧୦୦୦ ଟଙ୍କା ପରିବର୍ତ୍ତେ ୯୦୦ ଟଙ୍କା ଦେବାକୁ ପଡିବ।

ସେହିପରି ଗ୍ଯ଼ାଲେରୀ ନଂ ୫, ୧୫୦୦ବଦଳରେ ୧୨୦୦ ଟଙ୍କାକୁ ଏବଂ ଗ୍ଗ୍ୟାଲେରୀ ନମ୍ବର ୭ ପାଇଁ ୮୦୦ ବଦଳରେ ୭୦୦ ଟଙ୍କାକୁ ହ୍ରାସ କରାଯାଇଛି। ଏନକ୍ଲୋଜର ପାଇଁ ଟିକେଟ୍ ମୂଲ୍ଯ ୮୦୦୦ ଟଙ୍କା ପରିବର୍ତ୍ତେ ୭୦୦୦ ଟଙ୍କାକୁ ହ୍ରାସ ପାଇଛି।

ଓଡ଼ିଶା କ୍ରିକେଟ ଆସୋସିଏସନ ଏସି ଗ୍ୟାଲେରୀ ବକ୍ସ ପାଇଁ ଟିକେଟ୍ ମୂଲ୍ଯ ୮୦୦୦ଟଙ୍କା ସ୍ଥିର କରିଛି, ଯାହା ପୂର୍ବରୁ ୯୦୦୦ ଟଙ୍କା ସ୍ଥିର ହୋଇଥିଲା। ନୂତନ ପାଭିଲିଅନ୍ ଏବଂ କର୍ପୋରେଟ ବକ୍ସର ମୂଲ୍ଯ ଯଥାକ୍ରମେ ୧୦୦୦୦ ଏବଂ ୨୦୦୦୦ ଟଙ୍କାରେ ଅପରିବର୍ତ୍ତିତ ରହିବ।

By Nirvay

Leave a Reply

Your email address will not be published. Required fields are marked *