ରାଜ୍ୟରେ ଇନ୍‌ସୁରାନ୍ସ, ନୋ ପେଟ୍ରୋଲ ପ୍ରସଙ୍ଗକୁ ନେଇ ଆଜି ପ୍ରତିକ୍ରିୟା ଦେଇଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ସେ କହିଛନ୍ତି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ବିଚାର କରାଯାଉଛି ।ମାର୍ଗଦର୍ଶିକା ଆସିବା ପରେ ଆବଶ୍ୟକ ପଦକ୍ଷେପ ନିଆଯିବ ।

ମନ୍ତ୍ରୀ ଆଉ ମଧ୍ଯ କହିଛନ୍ତି ରାଜ୍ୟରେ ୯୭ ଲକ୍ଷ ଗାଡ଼ି ପଞ୍ଜୀକୃତ, ଇନ୍‌ସୁରାନ୍ସ ନଥିବା ଗାଡ଼ି ଅଧିକ । ଥାର୍ଡ ପାର୍ଟି ଇନ୍‌ସୁରାନ୍ସକୁ ସୁପ୍ରିମକୋର୍ଟ ଗୁରୁତ୍ବ ଦେଇଛନ୍ତି । ମୋଟର୍ ଭେକିଲ୍ ଆକ୍ଟ ୧୪୬ ଅନୁସାରେ ଗାଡ଼ି ବୀମା ବାଧ୍ୟତାମୂଳକ । ବିଭିନ୍ନ ଏଆଇ କ୍ୟାମେରା ଦ୍ୱାରା ନମ୍ବର ପ୍ଲେଟ୍ ଯାଞ୍ଚ କରାଯାଉଛି । ଯେଉଁମାନଙ୍କ ବୀମା ନ ଥିବ ସେମାନଙ୍କର ସବୁ ଟୋଲ୍ ଗେଟ୍‌ରେ ଚାଲାଣ ହେଉଛି । ମୋଟର୍ ଭେକିଲ୍ ଆକ୍ଟ ୨୦୭ ଅନୁସାରେ ବାରମ୍ବାର ଚାଲାଣ କଟା ହେଲେ ଗାଡ଼ି ଜବତ କରିବାର ପ୍ରାବଧାନ ରହିଛି ।

ଏହା ସହ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ “ନୋ ଇନ୍ସ୍ୟୁରାନ୍ସ, ନୋ ସାର୍ଟିଫିକେଟ୍, ନୋ ପେଟ୍ରୋଲ” ନିର୍ଦ୍ଦେଶକୁ କଡ଼ାକଡ଼ିଭାବେ ପାଳନ କରାଯିବ । ଲୋକଙ୍କ ସୁରକ୍ଷିତ ଜୀବନ, ସଡ଼କ ଦୁର୍ଘଟଣାକୁ ଏଡ଼ାଇବା ପାଇଁ ଯାହା ଆବଶ୍ୟକ ତାହା କରାଯିବ । ସୁପ୍ରିମକୋର୍ଟଙ୍କ ମାର୍ଗଦର୍ଶିକା ଆସିବା ପରେ ସରକାର ପଦକ୍ଷେପ ନେବେ ।

Leave a Reply

Your email address will not be published. Required fields are marked *