ଶେଷରେ ସବୁ ପ୍ରତୀକ୍ଷାର ଘଟିଲା ଅନ୍ତ। ସାମ୍ନାକୁ ଆସିଲା ଏମିତି ଏକ ଖବର ଯାହା ସାରା ଓଡ଼ିଶାବାସୀ ଚାହିଁ ବସିଥିଲେ। ମେଣ୍ଟକୁ ନେଇ କିଛି ଏମିତି ନିଜ ସୋସିଆଲ ମିଡିଆରେ ପୋଷ୍ଟ କଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦର୍ଶୀ ନେତୃତ୍ବରେ ଏକ ବିକଶିତ ଭାରତ ତଥା ବିକଶିତ ଓଡ଼ିଶା ଗଠନ ନିମନ୍ତେ ଭାରତୀୟ ଜନତା ପାର୍ଟି (ବିଜେପି) ଏଥର ସମସ୍ତ ୨୧ ଲୋକସଭା ଓ ୧୪୭ ବିଧାନସଭା ଆସନରେ ଏକାକୀ ଲଢ଼ିବ ।

ମନମୋହନ ସାମଲଙ୍କ ପୋଷ୍ଟକୁ ରିପୋଷ୍ଟ କରି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଥିରେ ମୋହର ମାରିଛନ୍ତି ।

ଗତ କିଛି ଦିନରୁ ଲାଗିରହିଥିବା ଚର୍ଚ୍ଚାର ସମାପ୍ତ ହୋଇଛି। ବିଜେପି ଓଡ଼ିଶାରେ ଆଗାମୀ ନିର୍ବାଚନରେ ଏକା ଲଢିବ।

ମନମୋହନ କହିଛନ୍ତି ଯେ ଆଜି ଓଡ଼ିଶାରେ ମୋଦୀ ସରକାରଙ୍କ ଅନେକ କଲ୍ୟାଣକାରୀ ଯୋଜନା ତୃଣମୂଳ ସ୍ତରକୁ ପହଞ୍ଚି ପାରୁନାହିଁ, ଯେଉଁ କାରଣରୁ ଓଡିଶାର ଗରିବ ଭଉଣୀ ଓ ଭାଇମାନେ ଏସବୁର ସୁଫଳ ପାଇପାରୁନାହାଁନ୍ତି । ଓଡ଼ିଆ-ଅସ୍ମିତା, ଓଡ଼ିଶାର ଗୌରବ ଏବଂ ଓଡ଼ିଶାବାସୀଙ୍କ ସ୍ବାର୍ଥ ସହ ଜଡ଼ିତ ଅନେକ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ସହ ସହ‌ମତ ହୋଇପାରୁନାହୁଁ । ତେଣୁ ଏହି ନିଷ୍ପତ୍ତିରେ ପହଞ୍ଚିଛୁ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *