ଗତ ୬ ତାରିଖରୁ ବିଜେଡି ବିଜେପି ମେଣ୍ଟକୁ ନେଇ ସାରା ରାଜ୍ୟରେ ଜୋରଦାର ଚର୍ଚ୍ଚା ଲାଗିରହିଥିଲା। ବିଜେପି ଓ ବିଜେଡ଼ି ନେତାମାନଙ୍କ ଭିତରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା। କେତେବେଳେ ସାମ୍ନାକୁ ଆସିଥିଲା କି ମେଣ୍ଟ ହେବ କେତେବେଳେ ଅନ୍ୟ ନେତାମାନେ ସନ୍ଦେହରେ ଥିଲେ।

କିନ୍ତୁ ଏହା ଭିତରେ ଜଣେ ନେତା ସବୁବେଳେ ଟାଣୁଆ ଜବାବ ଗଣମାଧ୍ୟମଙ୍କୁ ଦେଇଥିଲେ। ସେ ହେଉଛନ୍ତି ଓଡ଼ିଶା ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ପୂର୍ବରୁ ୩ ଥର ସେ ମେଣ୍ଟକୁ ନେଇ ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ କହିଥିଲେ ଯେ ମେଣ୍ଟ ହେବ ନାହିଁ। ସେଥିପାଇଁ ସେ ସବୁବେଳେ ସମାଲୋଚନାର ଶିକାର ମଧ୍ୟ ହୋଇଥିଲେ। ଓଡ଼ିଶାର କିଛି ବ୍ୟକ୍ତି, ସାମ୍ବାଦିକ ତାଙ୍କୁ  ଥଟ୍ଟା ଓ ପରିହାସ କରିଥଲେ।

ରାଜ୍ୟରେ କିଛି ଗଣମାଧ୍ୟମ ତାଙ୍କ ବିରୋଧରେ ଅନେକ କଥା ମଧ୍ୟ କହିଛନ୍ତି। ତାଙ୍କର ମତିଭ୍ରମ ହୋଇଛି ବୋଲି କହିଥିଲା ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମ ।

ଏହି ସବୁ ଭିତରେ ତାଙ୍କ ମୁଣ୍ଡ ଉପରେ ବଡ ଦାୟିତ୍ଵ ମଧ୍ୟ ଥିଲା । ଶେଷ ପର୍ଯ୍ୟନ୍ତ ସେ ଲଢ଼େଇ ଜାରି ରଖିଥିଲେ । ପ୍ରସ୍ତାବିତ ମେଣ୍ଟକୁ ଘୋର ବିରୋଧ କରୁଥିଲେ ।

ଓଡ଼ିଶାର ଅନେକ ନେତା, କର୍ମୀ, ମେଣ୍ଟ ବିରୋଧି ଥିଲେ। କିନ୍ତୁ ଶେଷରେ ଓଡ଼ିଶାରେ ମେଣ୍ଟ ଚର୍ଚ୍ଚା ର  ଅନ୍ତ ଘଟିଛି। ଏହି ସବୁ ଭିତରେ ହିରୋ ସାଜିଛନ୍ତି ମନମୋହନ। ଏବେ ଦେଖିବାକୁ ଅଛି କି ଆଗାମୀ ନିର୍ବାଚନରେ ବିଜେପି ଓଡ଼ିଶାରେ କେତେ ଦମରେ ଲଢେଇ କରିବ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *