ବିଜେଡିରୁ ଇସ୍ତଫା ଦେଲେ ଭର୍ତ୍ତୃହରି । କଟକ ସାଂସଦ ଭର୍ତ୍ତୃହରି ମହତାବ ବିଜେଡ଼ିରୁ ଇସ୍ତଫା ଦେଇଛନ୍ତି । ଆଜି ମେଣ୍ଟ ନ ହେବା ନେଇ ସ୍ପଷ୍ଟତା ଆସିବା ପରେ ମହତାବ ବିଜେଡ଼ିରୁ ଇସ୍ତଫା ଦେଇଛନ୍ତି । ଏଥରକୁ ମିଶାଇ କଟକରୁ ୬ ଥର ସାଂସଦ ଭର୍ତ୍ତୃହରି । ତେବେ ସେ ଆଜି ଇସ୍ତଫା ଦେଇଛନ୍ତି। ପ୍ରେସମିଟରେ ଇସ୍ତଫା ସୂଚନା ଦେଲେ ସାଂସଦ ଭର୍ତ୍ତୃହରି । ଇସ୍ତଫା ପତ୍ର ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଯାଇଛି । ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ଭର୍ତ୍ତୃହରି ମହତାବ ।

ସେ ଇସ୍ତଫା କାହିଁକି ଦେଲେ ତାହା ସେ ଆଜି ପ୍ରେସମିଟରେ ଖୋଲି କହିଛନ୍ତି। ସେ କହିଛନ୍ତି ଯେ -ଧୈର୍ଯ୍ୟର ଗୋଟିଏ ସୀମା ଥାଏ, ଧୈର୍ଯ୍ୟ ସୀମା ଟପିଗଲାପରେ କିଛି ନିଷ୍ପତ୍ତି ନେବାକୁ ପଡେ।

ଦୁର୍ନୀତି,ବ୍ୟକ୍ତିଗତ ସଂପତ୍ତି ଆହରଣ ବିରୋଧରେ ଲଢ଼ିବାକୁ ବିଜେଡିର ସୃଷ୍ଟି ହୋଇଥଲା । କିନ୍ତୁ ସେ ଆଦର୍ଶରୁ ଦୂରେଇ ଗଲା ଦଳ। ଉଦ୍ଦେଶ୍ୟ ସଫଳ ହେଲାନି । ତେଣୁ ଆଜି ଏହି ନିଷ୍ପତ୍ତି ନେଇଛି ବୋଲି ମହତାବ କହିଛନ୍ତି ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *