ଦୀର୍ଘ ଦିନର ବିଜେଡି-ବିଜେପି ମେଣ୍ଟ ଚର୍ଚ୍ଚାରେ ଆଜି ଏକ ପ୍ରକାରର ପୂର୍ଣ୍ଣଚ୍ଛେଦ ପଡିଛି। କାରଣ ଏହି ମେଣ୍ଟ ପ୍ରସଙ୍ଗକୁ ନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ସୋସିଆଲ ମିଡ଼ିଆ ଏକ୍ସ’ରେ ସ୍ପଷ୍ଟ ସୂଚନା ରଖିଛନ୍ତି ।

ତେବେ ରାଜ୍ୟ ସଭାପତିଙ୍କ ଉକ୍ତ ପୋଷ୍ଟକୁ ରିପୋଷ୍ଟ କରି ଅପରାଜିତା ଲେଖିଛନ୍ତି, ଏକ୍ସଲେଣ୍ଟ୍। ତା’ ସହିତ ‘ଇମେନ୍‌ସଲୀ ଗ୍ରେଟ୍‌ଫୁଲ’ ବୋଲି ଲେଖିଛନ୍ତି। ଅନ୍ୟପଟେ ଏହି ମେଣ୍ଟ ପ୍ରସଙ୍ଗକୁ ନେଇ ଅପରାଜିତା ଗଣମାଧ୍ୟମ ଆଗରେ ଏକ ବଡ଼ ବୟାନ ରଖିଛନ୍ତି। ଏହାକୁ ନେଇ ଅପରାଜିତା କହିଛନ୍ତି, ରାଜ୍ୟ ସଭାପତି ଟ୍ୱିଟ୍ କରିବା ପରେ ସବୁ ସ୍ପଷ୍ଟ ହୋଇଯାଇଛି। ବିଜେପି ରାଜ୍ୟରେ ଏକାକୀ ଲଢ଼ିବ। ୨୧ଟି ଲୋକସଭା ଓ ୧୪୭ଟି ବିଧାନସଭା ଆସନରେ ଦଳ ପ୍ରାର୍ଥୀ ଦେବ। ଦଳର ସମସ୍ତ କାର୍ୟ୍ୟକର୍ତ୍ତାଙ୍କ ସହିତ ଓଡ଼ିଶାବାସୀ ଏହା ହିଁ ଚାହୁଁଥିଲେ।

ମେଣ୍ଟ ପାଇଁ ବିଜୁ ଜନତା ଦଳ ପକ୍ଷରୁ ଯେଉଁ ନିବେଦନ କରାଯାଇଥିଲା, ଆମେ ତାକୁ ରିଜେକ୍ଟ କରିଛୁ ବୋଲି ଅପରାଜିତା କହିଛନ୍ତି ।

ତେବେ ଏହି ଅପରାଜିତାଙ୍କ ଏହି ବୟାନ ପରେ ରାଜ୍ୟ ରାଜନୀତିରେ ଅନେକ ଚର୍ଚ୍ଚା ଦେଖାଦେଇଛି। ବିଜେଡି-ବିଜେପି ମଧ୍ୟରୁ ମେଣ୍ଟ ପାଇଁ କିଏ ଅଧିକ ଆଶାୟୀ ଥିଲା ସେନେଇ ଆଲୋଚନା ଦେଖିବାକୁ ମିଳିଛି।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *