ଗଞ୍ଜାମ ଜିଲ୍ଲାରେ ବନ୍ୟା ପରିସ୍ଥିତିର ମୁକାବିଲା ଏବଂ ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟକୁ ସୁବ୍ୟବସ୍ଥିତ କରିବା ପାଇଁ ୩୦ ଜଣ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ୩୦ ଜଣ OAS ଓ ORS ଅଧିକାରୀଙ୍କୁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବନ୍ୟା ପରିଚାଳନା ଦାୟିତ୍ୱ ଅର୍ପଣ କରାଯାଇଛି । ସମ୍ପୃକ୍ତ ଅଧିକାରୀମାନେ ନିଜ ନିଜ ଦାୟିତ୍ୱରେ ଥିବା ଅଞ୍ଚଳରେ ରିଲିଫ୍ ବଣ୍ଟନ, ଉଦ୍ଧାର ଓ ପୁନରୁଦ୍ଧାର କାର୍ଯ୍ୟର ତଦାରଖ କରିବେ। ଏଥିସହ ସ୍ଥିତି ସମ୍ପର୍କରେ ନିୟମିତ ଭାବେ ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରିବେ। ବନ୍ୟା ପ୍ରଭାବିତ ଅଞ୍ଚଳରେ ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଏହି ପଦକ୍ଷେପର ଉଦ୍ଦେଶ୍ୟ । Post navigation Ganjam Floods: ୨୪ ଘଣ୍ଟା ପରେ ଏନ୍ଏଚ୍-୧୬ରେ ସ୍ୱାଭାବିକ ହେଲା ଯାତାୟାତ Specialist Doctors Deployed at Raikia CHC: ରାଇକିଆବାସୀଙ୍କୁ ସ୍ୱାସ୍ଥ୍ୟସେବା: ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ମେଡିକାଲ କଲେଜର ଡାକ୍ତରୀ ଦଳ ନିୟୋଜିତ