ପାଟଣା : ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଇସ୍ତପା ଦେଇଛନ୍ତି । ଏବେଠୁ ସେ ବିଜେପି ସହ ମିଶି ସରକାର ଗଠନ କରିବେ । ନୀତିଶ କୁମାର ମହାମେଣ୍ଟରୁ ଅଲଗା ହେବା ପରେ ରାଜଧାନୀ ପାଟଣାରେ ପିଏମ୍ ମୋଦିଙ୍କ ସହ ନୀତିଶଙ୍କ ଫଟୋ ଥିବା ପୋଷ୍ଟର ଲାଗିସାରିଛି । ପୋଷ୍ଟରରେ ନୀତିଶ ସମସ୍ତଙ୍କର ବୋଲି ଉଲ୍ଲେଖ ରହିବା ସହ ଶୁଭେଚ୍ଛା ଜଣାଯାଇଛି । କହିରଖୁଛୁ ନୀତିଶ କୁମାର ଆଜି ରାଜଭବନରେ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ବନାଥ ଆର୍ଲେକରଙ୍କୁ ସାକ୍ଷାତ କରି ବିହାରର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ।

ଆଜି ସନ୍ଧ୍ୟାରେ ନୀତିଶ ନବମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ। ସମ୍ରାଟ ଚୌଧୁରୀ ଏବଂ ବିଜୟ ସିହ୍ନା ଉପ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ।

ନୀତିଶ ଏବେ ବିଜେପି ସହ ମିଶି ନୂଆ ସରକାର ଗଠନ ପାଇଁ ପ୍ରସ୍ତୁତ ହେବେ । ଏ ସମ୍ପର୍କରେ ବିହାର ରାଜଭବନର ସୋସିଆଲ ମିଡିଆ ହ୍ୟାଣ୍ଡେଲ ଏକ୍ସରେ ପୋଷ୍ଟ ସେୟାର କରି କୁହାଯାଇଛି କି ବିହାରର ରାଜ୍ୟପାଳ ରାଜେନ୍ଦ୍ର ବିଶ୍ବନାଥ ଆର୍ଲେକର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଇସ୍ତଫା ସ୍ବୀକାର କରିନେଇଛନ୍ତି । ଏହା ସହିତ ବିକଳ୍ପ ବ୍ୟବସ୍ଥା ହେବା ପର୍ଯ୍ୟନ୍ତ ସେ କାର୍ଯ୍ୟବାହୀ ମୁଖ୍ୟମନ୍ତ୍ରୀ ରୂପେ କାର୍ଯ୍ୟ କରିବାକୁ କହିଛନ୍ତି ।

ଆଜି ସକାଳେ ଜନତା ଦଳର ବିଧାୟକ ବୈଠକ ବସିଥିଲା । ବୈଠକ ସମୟରେ ନୀତିଶ କୁମାର ବିଧାୟକଙ୍କୁ ଇସ୍ତଫା ଦେବା ପାଇଁ ନିଷ୍ପତ୍ତି ଦେଇଥିଲେ ଏବଂ ରାଜଭବନ ଅଭିମୁଖେ ବାହାରି ଯାଇଥିଲେ । ଅନ୍ୟପଟେ ବିଜେପି ବିଧାୟକଙ୍କ ବୈଠକ ଜାରି ରହିଛି ଏବଂ ଏହା ପରେ ବିଜେପି ବିଧାୟକ ଏକାଠି ହୋଇ ନୀତିଶ କୁମାରଙ୍କ ବାସଭବନରେ ପହଞ୍ଚିଛନ୍ତି । କହିରଖୁଛୁ ୨୦୧୭ରେ ମଧ୍ୟ ଠିକ୍ ଏମିତି ଘଟିଥିଲା । ନୀତିଶ ନିଜ ପାର୍ଟିର ବିଧାନମଣ୍ଡଳ ସମିତି ସହିତ ଏକ ବୈଠକ ଡକାଇଥିଲେ । ଏହା ପରେ ସେ ରାଜଭବନରେ ପହଞ୍ଚି ଇସ୍ତଫା ଦେଇଥିଲେ ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *