ପାଟନା: ବିହାରରେ ଦେଖାଦେଇଥିବା ରାଜନୈତିକ ଅସ୍ଥିରତା ରବିବାର ରୋଚକ ମୋଡ଼ ନେଇଛି। ପୁଣି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଜେଡିୟୁ ଅଧ୍ୟକ୍ଷ ନୀତୀଶ କୁମାର। ରବିବାର ସକାଳେ ମହାମେଣ୍ଟରୁ ଓହରି ପଦରୁ ଇସ୍ତଫା ଦେଇଥିବା ନୀତୀଶ ସନ୍ଧ୍ୟାରେ ଏନଡିଏ ସମର୍ଥନରେ ୯ମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ବିହାର ରାଜଭବନରେ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି।

ଏଥିସହ ବିଜେପିର ସମ୍ରାଟ ଚୌଧୁରୀ ଏବଂ ବିଜୟ କୁମାର ସିହ୍ନା ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ବିଜୟ କୁମାର ଚୌଧୁରୀ, ବିଜେନ୍ଦ୍ର ପ୍ରସାଦ ଯାଦବ, ପ୍ରେମ କୁମାର, ସନ୍ତୋଷ କୁମାର ସୁମନ, ସୁମିତ କୁମାର ସିଂହ ମନ୍ତ୍ରୀ ପଦପାଇଁ ଶପଥ ଗ୍ରହଣ କରିଛନ୍ତି।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *