ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଘରେ ଇଡି ଟିମ୍। ସୂଚନା ଅନୁଯାୟୀ ହେମନ୍ତ ସୋରେନଙ୍କ ଦିଲ୍ଳୀ ବାସଭବନରେ ଇଡି ଟିମ୍‌। ମନି ଲଣ୍ଡରିଂ ମାମଲାରେ ସୋରେନଙ୍କୁ ଇଡିର ପଚରାଉଚରା।୯ ଥର ସମନ ସତ୍ତ୍ୱେ ଇଡିରେ ହାଜର ହୋଇ ନଥିଲେ ହେମନ୍ତ।

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ପୁର୍ବରୁ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଜେରା ପାଇଁ ହାଜର ହେବାକୁ ସମନ କରିଥିଲା। କିନ୍ତୁ ସୋରେନ ଇଡିରେ ହାଜର ହୋଇନଥିଲେ। କେନ୍ଦ୍ର ସରକାର ତଦନ୍ତକାରୀ ସଂସ୍ଥାଗୁଡ଼ିକୁ ଅପବ୍ୟବହାର କରୁଛନ୍ତି ବୋଲି ସୋରେନ ଅଭିଯୋଗ କରିଥିଲେ ଏବଂ ଇଡିକୁ ଚ୍ୟାଲେଂଜ କରିଥିଲେ। ସୋରେନ କହିଥିଲେ, ଯଦି ମୁଁ ଏତେବଡ଼ ଅପରାଧ କରିଛି ତେବେ ମ‌ତେ ଆସି ଗିରଫ କର। ସମନ କାହିଁକି ପଠାଉଛ ? ସୋରେନ କହିଥିଲେ, ‌ମତେ ଆଜି ଇଡିରେ ହାଜର ହେବାକୁ କୁହାଯାଇଥିଲା। କିନ୍ତୁ ଆଜି ଛତିଶଗଡ଼ରେ ‌ମୋର ଅନ୍ୟ ଏକ କାମ ଥିଲା। ଯଦି ମୁଁ ସେଭଳି କିଛି ବଡ଼ ଅପରାଧ କରିଛି ତେବେ ମତେ ଆସି ସେମାନେ ଗିରଫ କରିପାରନ୍ତି।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *