ନୂଆଦିଲ୍ଲୀ : ବିହାର ପାଇଁ ଏନ୍‌ଡିଏର ଆସନ ବୁଝାମଣା । ସୋମବାର ସନ୍ଧ୍ୟାରେ ଏନଡିଏ ପକ୍ଷରୁ ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ବିହାର ବିଜେପି ପ୍ରଭାରୀ ବିନୋଦ ତାୱଡେ ବିହାର ଏନଡିଏରେ ଆସନ ବୁଝାମଣା ଘୋଷଣା କରିଛନ୍ତି। ବିହାରରେ ଭାରତୀୟ ଜନତା ପାର୍ଟି ୧୭ଟି, ଜନତା ଦଳ-ୟୁନାଇଟେଡ୍ ୧୬ଟି ଏବଂ ଲୋକ ଜନଶକ୍ତି ପାର୍ଟି ୫ଟି ଆସନରେ ନିର୍ବାଚନ ଲଢ଼ିବ। ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା ଓ ରାଷ୍ଟ୍ରୀୟ ଲୋକ ମୋର୍ଚ୍ଚାକୁ ଗୋଟିଏ ଲେଖାଏଁ ଆସନ ଦିଆଯାଇଛି।

ବିହାର ବିଜେପି ପ୍ରଭାରୀ ବିନୋଦ ତାୱଡେ କହିଛନ୍ତି ଯେ ବିଜେପି ପଶ୍ଚିମ ଚମ୍ପାରଣ, ପୂର୍ବ ଚମ୍ପାରଣ, ଔରଙ୍ଗାବାଦ, ମଧୁବନୀ, ଦରଭଙ୍ଗା, ମୁଜାଫରପୁର, ମହାରାଜଗଞ୍ଜ, ସରନ, ଉଜିଆରପୁର, ବେଗୁସରାଇ, ନୱାଦା, ପାଟନା ସାହିବ, ପାଟଲିପୁତ୍ର, ଆରା, ବକ୍ସର ଏବଂ ସାସାରାମ ସମେତ ୧୭ଟି ଆସନରେ ଲଢ଼ିବ। ଜେଡିୟୁ ବାଲ୍ମିକି ନଗର, ସୀତାମଢୀ, ଶିଓହର, ଝଙ୍ଝାରପୁର, ସୁପୌଲ, କିଶନଗଞ୍ଜ, କଟିହାର, ମଧେପୁରା, ଗୋପାଳଗଞ୍ଜ, ସିୱାନ, ଭାଗଲପୁର, ବାଙ୍କା, ମୁଙ୍ଗେର, ନାଳନ୍ଦା ଓ ସିୱାନରେ ନିର୍ବାଚନ ଲଢ଼ିବ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *