ଗଞ୍ଜାମ ଜିଲ୍ଲା ଶେରଗଡ଼ରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶେରଗଡ଼ ପାଇଁ ଏନ୍‌ଏସି ମାନ୍ୟତା ଘୋଷଣା କରିଛନ୍ତି ।

ଶେରଗଡ଼ ମୁଖ୍ୟମନ୍ତ୍ରୀଙ୍କ ନିଜ ବିଧାନସଭା ହିଞ୍ଜିଳି ଅନ୍ତର୍ଗତ ହୋଇଥିବାରୁ ଏ ଘୋଷଣାର ଅଧିକ ମହତ୍ତ୍ୱ ରହିଛି ବୋଲି କୁହା ଯାଉଛି ।

“ଆପଣଙ୍କ ସହଯୋଗରେ ହିଞ୍ଜିଳି ଏବେ ଆଦର୍ଶ ନିର୍ବାଚନ ମଣ୍ଡଳୀ । ବିକାଶ କ୍ଷେତ୍ରରେ ହିଞ୍ଜିଳି ଓ ଶେରଗଡ଼ ଦେଶର ଶ୍ରେଷ୍ଠ ବ୍ଲକ । ଏହି ବ୍ଲକର ସବୁ ଘରକୁ ପାଇପ ପାଣି ପାଇଁ ବ୍ୟବସ୍ଥା ହେଉଛି” ବୋଲି ମୁଖ୍ୟମନ୍ତ୍ରୀ ସଭାରେ କହିଛନ୍ତି ।

“ଆପଣଙ୍କ ଆଶୀର୍ବାଦ ଓଡ଼ିଶା ପାଇଁ କାମ କରିବାରୁ ମୋତେ ଶକ୍ତି ଦେଇଛି” ବୋଲି ନବୀନ ପଟ୍ଟନାୟକ କହିବା ସହ ନିଜ ସରକାର ସମୟରେ ହୋଇଥିବା ରୂପାନ୍ତକରଣ ଓ ବିକାଶମୂଳକ କାର୍ଯ୍ୟର ହିସାବ ଦେଇଥିଲେ ।

By Nirvay

Leave a Reply

Your email address will not be published. Required fields are marked *