ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ଏନ୍‌ଡିଏ ମେଣ୍ଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ମଧ୍ୟ ଉପସ୍ଥତି ରହିଥିଲେ। ବୈଠକରେ ମୋଦି ସରକାର ୩.୦ ପାଇଁ ଆଲୋଚନା ହୋଇଥିଲା। ଏନ୍‌ଡିଏ ସରକାର ଗଠନକୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏନଡିଏକୁ ପୂର୍ଣ୍ଣ ସମର୍ଥନ ଦେଇ କହିଛନ୍ତି ଯେ ବିଳମ୍ବ ନକରି କେନ୍ଦ୍ରରେ ସରକାର ଗଠନ ହେବା ଉଚିତ। ଏହି ଅବସରରେ ମୋଦିଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଏନ୍‌ଡିଏର ସହଯୋଗୀ ଦଳ ମନୋନୀତ କରିଥିଲେ।

ଏହି ବୈଠକରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ, ଚିରାଗ ପାଶଓ୍ବାନଙ୍କ ସମେତ ଏନ୍‌ଡିଏର ସମସ୍ତ ସହଯୋଗୀ ଉପସ୍ଥିତ ରହିଥିଲେ।

ସୁଚନା ମୁତାବକ, ଲୋକସଭା ନିର୍ବାଚନର ଫଳାଫଳ ଅନୁଯାୟୀ ଭାରତୀୟ ଜନତା ପାର୍ଟି (ବିଜେପି) ୨୪୦ ଟି ଆସନ ପାଇଛି, ଯାହା କି ପୂର୍ଣ୍ଣ ସଂଖ୍ୟାଗରିଷ୍ଠତାଠାରୁ ୩୨ ଟି ଆସନ ଦୂରରେ ରହିଛି । ଆନ୍ଧ୍ରପ୍ରଦେଶ ଏବଂ ବିହାରରେ ମୁଖ୍ୟ ସହଯୋଗୀ ଏନ୍ ଚନ୍ଦ୍ରବାବୁ ନାଇଡୁଙ୍କ ତେଲୁଗୁ ଦେଶମ୍ ପାର୍ଟି (ଟିଡିପି) ଏବଂ ନୀତୀଶ କୁମାରଙ୍କ ଜେଡିୟୁ ଯଥାକ୍ରମେ ୧୬ ଓ ୧୨ ଆସନରେ ବିଜୟୀ ହୋଇଥିଲେ। ଏହି ଦୁଇ ଏବଂ ଅନ୍ୟ ମେଣ୍ଟ ସହଯୋଗୀଙ୍କ ସମର୍ଥନରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ସଂଖ୍ୟାଗରିଷ୍ଠତା ସଂଖ୍ୟା ଅତିକ୍ରମ କରିଛି।

Leave a Reply

Your email address will not be published. Required fields are marked *