୨୦୨୪ ନିର୍ବାଚନରେ ରାଜ୍ୟରେ ବିଜେପିକୁ ବହୁମତ ମିଳିବା ପରେ ଏବଂ ନବୀନ ପଟ୍ଟନାୟକ ଇସ୍ତଫା ଦେବାପରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ବିଭିନ୍ନ ମେଡିକାଲରେ BSKY କାର୍ଡ ବନ୍ଦ ହୋଇଯାଇଥିବା କହି ଏହାକୁ ଗ୍ରହଣ କରୁ ନଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ସ୍ପଷ୍ଟୀକରଣ ରଖିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ।

 

ସେ କହିଛନ୍ତି ”BSKY କାର୍ଡ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ନ ହେଉ, ଏପରି କରିବା ଏକ ସାମାଜିକ ଓ ବୈଧାନିକ ଅପରାଧ। ଏଭଳି ସାମାଜିକ ଅପରାଧରୁ କ୍ଷାନ୍ତ ରହି ରୋଗୀଙ୍କୁ ଚିକିତ୍ସା କରାଯାଉ। ଏହାସହିତ ପ୍ରଶାସନ ଏଭଳି ମିଥ୍ୟା ଗୁଜବ ପ୍ରତି ସତର୍କ ଦୃଷ୍ଟି ରଖୁ।

 

Leave a Reply

Your email address will not be published. Required fields are marked *