ଶୁଭସ୍ମିତା ନାୟକ: ଆଜି ଲୋକଙ୍କ ମୁହଁରେ ଗୋଟିଏ କଥା, ନବୀନ ପଟ୍ଟନାୟକଙ୍କ ପରାଜୟ ଓ ବିଜୁ ଜନତା ଦଳର ଦୁର୍ଦ୍ଦଶା ପାଇଁ ଦାୟୀ କେବଳ ପାଣ୍ଡିଆନ। ଜଣେ ଅଣଓଡ଼ିଆ ଆସି ଓଡ଼ିଶାବାସୀଙ୍କ ନେତୃତ୍ୱ ନେବେ ଓ ରାଜନୀତିର ମଙ୍ଗ ଧରିବେ, ଲୋକେ ଏହାକୁ ସହଜରେ ଗ୍ରହଣ କରିପାରିଲେ ନାହିଁ। ତାଙ୍କ ପାଇଁ ହିଁ ନବୀନ ବାବୁ ଦୀର୍ଘତମ ଅବଧିର ମୁଖ୍ୟମନ୍ତ୍ରୀ ଭାବେ ଇତିହାସ ରଚିପାରିଲେ ନାହିଁ। ପାଣ୍ଡିଆନଙ୍କ ପାଇଁ ହିଁ ଦଳ ପ୍ରତି ଲୋକଙ୍କ ବିଶ୍ୱାସ ଓ ଭଲପାଇବା କମିଛି।

ଓଡ଼ିଆଙ୍କ ମନରେ ବାରମ୍ଵାର ଗୋଟିଏ ପ୍ରଶ୍ନ ଉଙ୍କିମାରୁଛି ଯେ ରାଜ୍ୟରେ ଏତେ ଦକ୍ଷ ନେତା ଥିବା ସତ୍ତ୍ବେ ତାଙ୍କୁ କାହିଁକି ପ୍ରାଥମିକତା ଦିଆଯାଉଥିଲା।

ଓଡ଼ିଶାର ଶାସନଭାର ଅଣଓଡ଼ିଆଙ୍କ ହାତରେ ରହିବ ଏବଂ ଓଡ଼ିଶାବାସୀ ହେବେ ଚାବିଦିଆ କଣ୍ଢେଇ, ଏକଥା ଲୋକେ ବରଦାସ୍ତ କରିପାରିନାହାନ୍ତି। ସେ କାହିଁକି ଓଡ଼ିଆଙ୍କୁ ବୁଝାଇବେ ଓଡ଼ିଆ ଅସ୍ମିତା କଣ। ଅସ୍ମିତା ବଞ୍ଚାଇବା ପାଇଁ ଚେଷ୍ଟା ଚାଲିଥିବାବେଳେ ଅଣଓଡ଼ିଆଙ୍କ ଆଧିପତ୍ୟ ଆଦୌ ଗ୍ରହଣୀୟ ନୁହେଁ। ତାଙ୍କ ପ୍ରତି ଥିବା ଲୋକଙ୍କ ଘୃଣା ଭାବ ଏଥର ନିର୍ବାଚନରେ ପ୍ରତିଫଳିତ ହୋଇଛି। ତାଙ୍କ ପାଇଁ ବିଜୁ ଜନତା ଦଳ ସତ୍ତା ହରେଇଛି। ବିଜେଡି ସମର୍ଥକଙ୍କୁ ଲାଗିଛି ଶକ୍ତ ଧକ୍କା।

ଏଥର ସମସ୍ତେ ଏକାଠି ହୋଇ ଗର୍ବରେ କହିଛନ୍ତି ଆମେ ଓଡ଼ିଆ, ଆମ ଭାଷା ଓଡ଼ିଆ ଓ ଆମେ ଲଢ଼ିବୁ ଆମ ସ୍ବାଭିମାନର ଲଢ଼େଇ।

By Nirvay

Leave a Reply

Your email address will not be published. Required fields are marked *