ବୌଦ୍ଧ ବିଧାୟକ ତଥା ସରକାରୀ ଦଳ ମୁଖ୍ୟ ସଚେତକ ୨୦୨୪ ମସିହାରେ ଅନୁଷ୍ଠିତ ୧୭ତମ ବିଧାନସଭା ନିର୍ବାଚନରେ ନିର୍ବାଚନ ସତ୍ୟପାଠରେ ଭୁଲ ତଥ୍ୟ ଦେଇଥିବା ନେଇ ପୁର୍ବତନ ବାଚସ୍ପତି ପ୍ରଦୀପ କୁମାର ଅମାତ ମାନ୍ୟବର ବୌଦ୍ଧ ଏସଡିଜେଏମଙ୍କ ଅଦାଲତରେ ଏକ ମାମଲା ଦାୟର କରିଥିଲେ l ଅଦାଲତ ଏହି ମାମଲାକୁ ବିଚାରକୁ ନେଇ କେସ ନମ୍ବର 1.C. C.-02/2025ରେ ମାମଲା ପଞ୍ଜିକରଣ କରିଥିଲେ l

ଉପରୋକ୍ତ ମାମଲାରେ ମାନ୍ୟବର ଅଦାଲତ ମୁଦାଲା ସରୋଜ କୁମାର ପ୍ରଧାନଙ୍କୁ ଉପସ୍ଥିତ ହୋଇ ତାଙ୍କ ପକ୍ଷ ରଖିବା ପାଇଁ ନୋଟିସ କରିଥିଲେ l ଏହି ଆଦେଶକୁ ଭିତ୍ତି କରି ବିଧାୟକ ସରୋଜ କୁମାର ପ୍ରଧାନ ଓଡିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ l ହାଇକୋର୍ଟ ତାଙ୍କୁ ୧୨ ସପ୍ତାହର ମହଲତ ଦେଇଥିଲେ l ଏହି ବାର ସପ୍ତାହର ସମୟସୀମା ସାରିବା ପରେ ମଧ୍ୟ ବିଧାୟକ ସରୋଜ କୁମାର ପ୍ରଧାନ ଏସଡିଜେଏମଙ୍କ ନିକଟରେ ବାରମ୍ବାର ସମୟ ନେଇ ହାଜର ନହେବା ଯୋଗୁଁ ୨୫/୦୯/୨୦୨୬ରେ ଉକ୍ତ ଅଦାଲତ ତାଙ୍କ ବିପକ୍ଷରେ ଗିରଫ ପରୱାନା ଜାରି କରିଛନ୍ତି l

By Nirvay

Leave a Reply

Your email address will not be published. Required fields are marked *