ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନେଇ ଆପତ୍ତିଜନକ ଟିପ୍ପଣୀ କରିଥିବା ମନ୍ତ୍ରୀଙ୍କ ବିରୋଧରେ ମାଳଦ୍ଵୀପ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ସୋସିଆଲ ମିଡିଆରେ ସେମାନଙ୍କ ପୋଷ୍ଟ ପାଇଁ ତାଙ୍କୁ ନିଲମ୍ୱନ କରାଯାଇଛି । ମାଳଦ୍ଵୀପ ସରକାରଙ୍କ ପକ୍ଷରୁ ଏକ ବୟାନ ଜାରି କରି ଏହି ସୂଚନା ଦିଆଯାଇଛି । ସ୍ଥାନୀୟ ମିଡିଆ ଅନୁସାରେ ମନ୍ତ୍ରୀ ମରିୟମ ଶିଉନା, ମାଲଶା ଓ ହସନ ଜିହାନଙ୍କୁ ନିଲମ୍ୱନ କରାଯାଇଛି । ଏହି ତିନି ମନ୍ତ୍ରୀ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ଆପତ୍ତିଜନକ ଟିପ୍ପଣୀ କରିଥିଲେ । ଏହା ପୂର୍ବରୁ ମାଳଦ୍ଵୀପ ସରକାର ଏହି ମନ୍ତ୍ରୀଙ୍କ ବୟାନକୁ ବ୍ୟକ୍ତିଗତ କହି ନିଜକୁ ଏଥିରୁ ଦୂରେଇ ନେଇଥିଲା ।

ମାଳଦ୍ଵୀପ ମନ୍ତ୍ରୀଙ୍କ ଟିପ୍ପଣୀ ପରେ ଭାରତରେ ଏହା ବିରୋଧରେ କଡ଼ା ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା । ଏହାପରେ ଅନେକ ଭାରତୀୟ ନିଜର ମାଲଦ୍ୱୀପ ଗସ୍ତକୁ ରଦ୍ଦ କରିବା ଆରମ୍ଭ କରିଥିଲେ । ଏହାପରେ ତାର ସ୍କ୍ରିନସଟକୁ ସୋସିଆଲ୍ ମିଡିଆରେ ସେୟାର ମଧ୍ୟ କରିଥିଲେ ।

ବିବାଦ ଅଧିକ ବଢିବା ପରେ ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁ ତିନି ମନ୍ତ୍ରୀଙ୍କ ନିଲମ୍ୱିତ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ମାଳଦ୍ଵୀପର ନବନିର୍ବାଚିତ ମୁଇଜ୍ଜୁଙ୍କୁ ଚୀନ ନିକଟତର ନେତା ବୋଲି କୁହାଯାଏ । କିଛି ଦିନ ପରେ ସେ ପାଞ୍ଚ ଦିନିଆ ଚୀନ ଗସ୍ତ ମଧ୍ୟ କରିବେ । ଉଲ୍ଲେଖଯୋଗ୍ୟ ଯେ ପୂର୍ବେ ମାଳଦ୍ଵୀପରେ ନୂଆ ସରକାର ଗଠନ ପରେ ସେଠାକାର ରାଷ୍ଟ୍ରପତି ପ୍ରଥମେ ଭାରତ ଗସ୍ତ କରୁଥିଲେ କିନ୍ତୁ ମୁଇଜ୍ଜୁ ନୂଆଦିଲ୍ଲୀ ପରିବର୍ତ୍ତେ ବେଜିଂ ଗସ୍ତ କରୁଛନ୍ତି ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *