ମୁମ୍ବାଇ: ଲୋକାର୍ପିତ ହେଲା ଭାରତର ସବୁଠୁ ଲମ୍ବା ସେତୁ। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଟଳ ସେତୁର ଉଦ୍‌ଘାଟନ କରିଛନ୍ତି। ଏହି ସେତୁ କେବଳ ଭାରତର ସବୁଠୁ ଲମ୍ବା ସେତୁ ନୁହେଁ ବରଂ ଏହା ସବୁଠୁ ଲମ୍ବା ସାମୁଦ୍ରିକ ସେତୁ ମଧ୍ୟ । ୨୧.୮ କିମି ଲମ୍ବା ଏବଂ ଛଅ ଲେନ୍‌ ବିଶିଷ୍ଟ ଏହି ସେତୁ ମୁମ୍ବାଇ ଅନ୍ତର୍ଜାତୀୟ ଏୟାରପୋର୍ଟ ଏବଂ ନଭି ମୁମ୍ବାଇ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରକୁ ସିଧା ସଳଖ ଯୋଡ଼ିବ। ଆଉ ମୁମ୍ବାଇରୁ ପୁନେ, ଗୋଆ ଏବଂ ଦକ୍ଷିଣ ଭାରତର ଯାତ୍ରା ସମୟ ମଧ୍ୟ କମ୍ ହେବ।

ସମୁଦ୍ର ଉପରେ ସେତୁର ୧୬.୫ କିମି ଓ ଭୂମି ଉପରେ ୫.୫ କିମି ନିର୍ମାଣ ହୋଇଛି । ସେତୁ ନିର୍ମାଣରେ ମୋଟ ୧୭ ହଜାର ୮୪୩ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ସେତୁରେ ୪୦୦ ସିସିଟିଭି କ୍ୟାମେରା ଲାଗିଛି ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *