ଜଗନ୍ନାଥ ଧାମ ଭଳି ପବିତ୍ର ସ୍ଥାନର ବେଳାଭୂମିରେ ମଦ କାରବାର ଚଳିବ ନାହିଁ । ରାଜ୍ୟ ସରକାରଙ୍କ ବେଳାଭୂମିରେ ମଦ କୁଡ଼ିଆ ଯୋଜନା କାର୍ଯ୍ୟକାରୀ ହେବାକୁ ଥିବା ବେଳେ ଏହାକୁ ଘୋର ବିରୋଧ କରିଛନ୍ତି ପୁରୀର ବିଭିନ୍ନ ସଂଗଠନ। ଏ ନେଇ ଶ୍ରୀମନ୍ଦିରରେ ଦୀପଦାନ କରି ବିଭିନ୍ନ ଅନୁଷ୍ଠାନ ଏକାଠି ହୋଇଛନ୍ତି। ଏହା ତୀର୍ଥକ୍ଷେତ୍ର ହୋଇଥିବା ବେଳେ ଏଠାରେ ମଦ ଚଳିବ ନାହିଁ ନାରାବାଜି ଦେଇଛନ୍ତି ଅନେକ ଜଗନ୍ନାଥପ୍ରେମୀ।

ଏ ନେଇ ଲୋକେ କହିଛନ୍ତି ପୁରୀ ଏକ ପବିତ୍ର ସହର ହୋଥିବା ବେଳେ ବେଳାଭୂମି ମଧ୍ୟ ଅତି ପବିତ୍ର। ଏଠାରେ କୌଣସି ପ୍ରକାର ମଦ କାରବାର ଚଳିବ ନାହିଁ। ଅତୀତରେ ମଦ ବିରୋଧରେ ଜନଆନ୍ଦୋଳନ ହୋଇଥିଲା। ଆଗକୁ ମଧ୍ୟ ଆବଶ୍ୟକ ପଡିଲେ ମଦ କୁଡ଼ିଆ ବିରୋଧରେ ଆନ୍ଦୋଳନ ହେବ। କେଵଳ ଶ୍ରୀକ୍ଷେତ୍ର ନୁହେଁ, ସାରା ଓଡ଼ିଶାରେ ଏ ନେଇ ପ୍ରତିକ୍ରିୟା ରହିଛି। ଯେପର୍ଯ୍ୟନ୍ତ ପୁରୀରେ ମଦ ସମ୍ପୂର୍ଣ ବନ୍ଦ ନହୋଇଛି, ଶେଷ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *