ବିଜେପିର ଆଗଧାଡ଼ିର ଟାଣୁଆ ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ବିଜେଡିରେ ସାମିଲ ହୋଇଥିବାରୁ ତାଙ୍କ ନାମକୁ ନେଇ ଏବେ ବଡ଼ ଚର୍ଚ୍ଚା ହେଉଛି । ସେ ନବୀନ ନିବାସ ଯାଇ ସୁପ୍ରିମୋ ନବୀନ ପଟ୍ଟନାୟକ ଓ ୫ଟି ଅଧ୍ୟକ୍ଷ ପାଣ୍ଡିଆନଙ୍କୁ ଭେଟିଥିବାରୁ ତାଙ୍କ ନାମ ଚର୍ଚ୍ଚାର ପରିସରକୁ ଆସିଛି । ଏହି ଆସନ ପାଇଁ ଦଳ କାହାକୁ ଟିକେଟ୍ ଦେଉଛି ତାହା ଖୁବଶୀଘ୍ର ସ୍ପଷ୍ଟ ହୋଇଯିବ । ବାଲେଶ୍ୱର ସଂସଦୀୟ କ୍ଷେତ୍ର ପାଇଁ ବିଜେପି ପ୍ରତାପ ଷଡ଼ଙ୍ଗୀଙ୍କୁ ଟିକେଟ ଦେଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିନାହିଁ । ଲେଖାଶ୍ରୀ ସମ୍ଭାବ୍ୟ ପ୍ରାର୍ଥୀ ଚର୍ଚ୍ଚାକୁ ନେଇ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି ଯେ ବାଲେଶ୍ଵରରେ ଲେଖାଶ୍ରୀ ଦୃଶ୍ୟମାନ ନୁହନ୍ତି ଏବଂ ଲେଖାଶ୍ରୀ ପ୍ରାର୍ଥୀ ହେଲେ BJPକୁ ବିଶେଷ ଅସୁବିଧା ହେବ ନାହିଁ। ସେ ଏହା ମଧ୍ୟ କହିଛନ୍ତି ଯେ ଏଥର ବାଲେଶ୍ଵରରେ BJPର ଭଲ ଫଳାଫଳ ହେବ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *