ଭୁବନେଶ୍ୱର: ରାଜନୀତିରେ ଗୋଟିଏ ଯୁଗର ଅନ୍ତ ଘଟିଛି । ଆରପାରିରେ ବିଜେଡି ନେତା ଦାମୋଦର ରାଉତ । ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଶୁକ୍ରବାର ସକାଳେ ଦେହାନ୍ତ ଘଟିଛି ।

ବରିଷ୍ଠ ବିଜେଡି ନେତା ଦାମୋଦର ରାଉତଙ୍କ ବିୟୋଗରେ ଓଡିଶା ରାଜନୀତିରେ ଶୋକର ଛାୟା ଖେଳି ଯାଇଛି । ବିଭିନ୍ନ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୋକ ପ୍ରକାଶ କରିଛନ୍ତି । ଓଡିଶା ଏବଂ ଦେଶର ଉନ୍ନତି ପାଇଁ ତାଙ୍କ ଅବଦାନ ସର୍ବଦା ସ୍ମରଣୀୟ ହୋଇ ରହିବ । ଏହା ସହିତ ପରିବାର ବର୍ଗଙ୍କ ଅନୁଗାମୀଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାମଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି । ରାଜ୍ୟପାଳ ରଘୁବର ଦାସ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ମଧ୍ୟ ଅମର ଆତ୍ମାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।

ଶଙ୍ଖ ଭବନରେ ବରିଷ୍ଠନେତା ଦାମୋଦର ରାଉତଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଶେଷ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବହୁ ବରିଷ୍ଠ ନେତା ଓ ମନ୍ତ୍ରୀ ମଧ୍ୟ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଦାମୋଦରଙ୍କ ଦେହାନ୍ତ ଓଡିଶା ରାଜନୀତିରେ ଏକ ଅପୂରଣୀୟ କ୍ଷତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଲୋକଙ୍କ ସେବା ଲାଗି ତାଙ୍କ କାର୍ଯ୍ୟ ସର୍ବଦା ସ୍ମରଣୀୟ ରହିବ । ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହିତ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ । ଓଡିଶା ରାଜନୀତିରେ ଏହା ଏକ ଅପୂରଣୀୟ କ୍ଷତି । ଲୋକଙ୍କ ସେବା ତଥା ଉନ୍ନତି ପାଇଁ ତାଙ୍କ ସର୍ବଦା ସ୍ମରଣୀୟ ରହିବ । ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହିତ ଶୋକସନ୍ତପ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଉଛି ।

ବିଧାନସଭା ପରିସରରେ ସ୍ୱର୍ଗତଃ ଦାମୋଦର ରାଉତଙ୍କୁ ଦିଆଗଲା ଗାର୍ଡ ଅଫ୍‌ ଅନର। ଏହା ପରେ ପାରାଦୀପ-ଏରସମା ଅଭିମୁଖେ ଡାକ୍ତର ଦାମ ରାଉତଙ୍କ ପାର୍ଥିବ ଶରୀର। ପାରାଦୀପ ଯିବା ରାସ୍ତାରେ ପ୍ରଥମେ ରଘୁନାଥପୁରରେ କିଛି ସମୟ ରହିବେ। ସେଠାରୁ ତିର୍ତ୍ତୋଲରେ କିଛି ସମୟ ରହିବା ପରେ କୁଜଙ୍ଗ ବଜାରରେ ଶେଷ ଦର୍ଶନ ଲାଗି କିଛି ସମୟ ଲାଗି ଅଟକିବ। ପାରାଦ୍ଵୀପରେ ପରିକ୍ରମା ସହିତ ବିଜୁପଟ୍ଟନାୟକ ମେମୋରିଆଲ ଟ୍ରଷ୍ଟରେ ଶେଷ ଦର୍ଶନ ଲାଗି ରହିବ ପାର୍ଥିବ ଶରୀର। ସେଠାରୁ ଏରସମା ପରିକ୍ରମା ପରେ ପୁରୀ ସ୍ଵର୍ଗଦ୍ଵାର ଅଭିମୁଖେ ବାହାରିବ ଦାମୋଦର ରାଉତଙ୍କ ପାର୍ଥିବ ଶରୀର। ପୁରୀ ସ୍ଵର୍ଗଦ୍ଵାରରେ ଶେଷକୃତ୍ୟ ହେବ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *