ଭୁବନେଶ୍ଵର: ଆରପାରିରେ ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ।ଭୁବନେଶ୍ୱରରେ ଏକ ଗାଡ଼ି ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଭୋର ୫ ଟା ୨୩ ମିନିଟରେ ତାଙ୍କର ଦେହାନ୍ତ ହୋଇଛି। ୮୩ ବର୍ଷ ବୟସରେ ସେ ପ୍ରାଣ ତ୍ୟାଗ କରିଛନ୍ତି। ଓଡ଼ିଶା ଇତିହାସରେ ସେ ଜଣେ ଟାଣୁଆ ନେତା ଥିଲେ। ଓଡ଼ିଶା ରାଜନୀତିରେ ସେ ୭ ଥର ବିଧାୟକ ଓ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ ।

ହୃଦଘାତ ପରେ ତାଙ୍କର ବ୍ରେନ୍‌ ଡେଡ୍‌ ହୋଇଥିବା ପୁଅ ତଥା ପାରାଦୀପ ବିଧାୟକ ସମ୍ବିତ ରାଉତରାୟ ଗୁରୁବାର ସୂଚନା ଦେଇଥିଲେ।ସଙ୍କଟାପନ୍ନ ଅବସ୍ଥାରେ ଦାମଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ସେଠାରୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

 

 

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *