ଆମ ସଂସ୍କୃତିରେ ମହିଳାମାନେ ସର୍ବୋଚ୍ଚ ସ୍ଥାନ ଅଳଙ୍କୃତ କରିଥାନ୍ତି। ସେମାନଙ୍କୁ ମା’ ରୂପେ ବନ୍ଦନା କରାଯାଏ। ଶୃଙ୍ଖଳିତ ପରିବାର ହେଉ ବା ସଶକ୍ତ ରାଷ୍ଟ୍ର ଗଠନ, ସବୁଠି ମହିଳାଙ୍କ ଭୂମିକା‌ ଗୁରୁତ୍ବପୂର୍ଣ୍ଣ। ଦେଶରେ ମୋଦୀ ସରକାର ଆସିବା ପରେ ମହିଳାମାନଙ୍କର ବିକାଶ ହେବା ସହ ସଶକ୍ତୀକରଣ ହୋଇଛି। ଦଳର ସଙ୍କଳ୍ପପତ୍ରରେ ମହିଳାଙ୍କୁ ସ୍ବାବଲମ୍ବୀ କରିବା ପାଇଁ ମୋଦୀ ସରକାରଙ୍କ ସୁଭଦ୍ରା ଯୋଜନା ଓ ଲକ୍ଷପତି ଦିଦି ଯୋଜନା ମହିଳା ସଶକ୍ତୀକରଣରେ ଯୁଗାନ୍ତକାରୀ କ୍ରାନ୍ତି। ମହିଳାଙ୍କ ସୁରକ୍ଷା ଓ ସମ୍ମାନ ପାଇଁ ମୋଦୀ ସରକାର ସର୍ବଦା ପ୍ରାଥମିକତା ଦେଇ ଆସିଛନ୍ତି, ଯାହା ଦେଶରେ କୋଟିକୋଟି ମହିଳାଙ୍କୁ ସ୍ବାବଲମ୍ବୀ କରିଛି।

ନିର୍ବାଚନ ବେଳେ ବିଜେପି ତରଫରୁ ରାଜ୍ୟବାସୀଙ୍କୁ ଅନେକଗୁଡିଏ ପ୍ରତିଶ୍ରୁତି ଦିଆଯାଇଥିଲା। ତାହା ମଧ୍ୟରୁ ସୁଭଦ୍ରା ଯୋଜନା ସବୁଠାରୁ ଆକର୍ଷିତ ପ୍ରତିଶ୍ରୁତି ଥିଲା। ରାଜ୍ୟରେ ଶାସନ କରୁଥିବା ବିଜେଡି ସରକାର ସମୟରେ ମହିଳା ନିର୍ଯାତନାରେ ରାଜ୍ୟ ସର୍ବକାଳୀନ ରେକର୍ଡ କରିଛି। ଯେଉଁଥିପାଇଁ ରାଜ୍ୟବାସୀ ତାଙ୍କୁ କେବେବି କ୍ଷମା କରିବେ ନାହିଁ। ଚଳିତ ନିର୍ବାଚନରେ ବିଜେପିକୁ ଭୋଟ ଦେଇ ଉଭୟ କେନ୍ଦ୍ର ଓ ରାଜ୍ୟରେ ଡବଲ୍ ଇଞ୍ଜିନ ସରକାର ଗଠନ କରିବାକୁ ଅନୁମତି ଦେଇଛନ୍ତି ଓଡ଼ିଶାବାସୀ।

ଏହି ଯୋଜନାରେ ଓଡ଼ିଶାରେ ପ୍ରତି ମହିଳାଙ୍କୁ ୫୦ହଜାର ଟଙ୍କାର କ୍ୟାସ ଭାଉଚର ମିଳିବ। ୨ବର୍ଷ ମଧ୍ୟରେ ସେମାନେ ଏହାକୁ ଖର୍ଚ୍ଚ କରିପାରିବେ। ଏହି ଯୋଜନାରେ ଆପଣ ଚାହିଁଲେ ଉଭୟ ଅନଲାଇନ୍‌‌ ଓ ଅଫଲାଇନରେ ଆବେଦନ କରିପାରିବେ। ବିବାହିତ ମହିଳାମାନେ ଏହି ଯୋଜନାରେ ସାମିଲ ହୋଇ ୫୦ ହଜାର ଟଙ୍କାର କୁପନ୍‌‌ ପାଇପାରିବେ। ସୁଭଦ୍ରା ଯୋଜନାର ମୂଳ ଲକ୍ଷ୍ୟ ହେଉଛି ମହିଳାଙ୍କୁ ସଶକ୍ତ କରିବା।

ଏହି ଯୋଜନାରେ ଆବେଦନ କରିବା ପାଇଁ ଅଧାରକାର୍ଡ, ବ୍ୟାଙ୍କ୍ ଆକାଉଣ୍ଟ, ଠିକଣା ପ୍ରମାଣପତ୍ର, ମୋବାଇଲ୍ ନମ୍ବର, ପାସପୋର୍ଟ ଫଟୋ, ଇନକମ୍ ସାର୍ଟିଫିକେଟ, ରାସନ କାର୍ଡ ଆଦି ଆବଶ୍ୟକ । ଯୋଜନାର ଲାଭ ଉଠାଇବାକୁ ହେଲେ ଆପଣ ଓଡ଼ିଶାର ବାସିନ୍ଦା ହୋଇଥିବା ଆବଶ୍ୟକ। କେବଳ ବିବାହିତ ମହିଳା ଏହି ଯୋଜନାର ଲାଭ ଉଠାଇପାରିବେ। ପ୍ରତି ପରିବାରର ଜଣଙ୍କୁ ଏହି ଯୋଜନାର ଲାଭ ମିଳିବ। ମହିଳାଙ୍କ ବୟସ ୨୩ରୁ ୫୯ ହୋଇଥିବା ଆବଶ୍ୟକ । ସରକାରୀ ଚାକିରି କରିଥିବା ମହିଳା ଏହି ଯୋଜନାର ଲାଭ ଉଠାଇପାରିବେ ନାହିଁ । ପରବର୍ତ୍ତୀ ସମୟରେ ଅଙ୍ଗନବାଡ଼ି କର୍ମୀଙ୍କୁ ମଧ୍ୟ ଏହି ଯୋଜନାରେ ସାମିଲ୍ କରାଯାଇପାରିବ । ବର୍ତ୍ତମାନ ସୁଦ୍ଧା ସରକାର ଏନେଇ କୌଣସି ଅଫିସିଆଲ୍ ୱେବସାଇଟ୍ ଲଞ୍ଚ କରିନାହାନ୍ତି । ଖୁବଶୀଘ୍ର ଏନେଇ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଗାଇଡଲାଇନ୍ ଆସିବ ବୋଲି କୁହାଯାଉଛି ।

Leave a Reply

Your email address will not be published. Required fields are marked *