ରାଞ୍ଚି : ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ହେମନ୍ତ ସୋରେନ । ଇଡି ଟିମର ୬ ଘଣ୍ଟା ପଚରାଉଚରା ପରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ସିଧା ରାଜଭବନରେ ପହଞ୍ଚି ନିଜ ଇସ୍ତଫା ପ୍ରଦାନ କରିଛନ୍ତି । ରାଜ୍ୟପାଳ ତାଙ୍କ ଇସ୍ତଫା ପତ୍ର ଗ୍ରହଣ କରିଛନ୍ତି । ତାପରେ  ଇଡି ତାଙ୍କୁ ଗିରଫ କରିଛି  ।

ଅନ୍ୟପଟେ ଚମ୍ପଇ ସୋରେନ୍ ଝାଡ଼ଖଣ୍ଡର ଆଗାମୀ ମୁଖ୍ୟମନ୍ତ୍ରୀ ହେବେ ବୋଲି ଜେଏମଏମ ତରଫରୁ ଘୋଷଣା କରାଯାଇଛି । ମୁଖ୍ୟମନ୍ତ୍ରୀ ବାସଭବନ, ରାଜଭବନ, ବିଜେପି କାର୍ଯ୍ୟାଳୟ ସମେତ ରାଞ୍ଚିର ଅନେକ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି ।

କହିରଖୁଛୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଟିମ୍ ମୁଖ୍ୟମନ୍ତ୍ରୀ ବାସଭବନରେ ହେମନ୍ତ ସୋରେନଙ୍କୁ ପ୍ରାୟ ୬ ଘଣ୍ଟାର ପଚରାଉଚରା କରିଥିଲା । ସୂଚନା ଅନୁସାରେ ଖୋଳତାଡରେ ସୋରେନଙ୍କ ଜବାବରେ ସନ୍ତୁଷ୍ଟ ନଥିଲା ଇଡି । ତାଙ୍କୁ ପ୍ରାୟ ୪୦ରୁ ଅଧିକ ପ୍ରଶ୍ନ କରାଯାଇଥିଲା । କିନ୍ତୁ ତାଙ୍କ ଜବାବରେ ଟିମ୍ ସନ୍ତୁଷ୍ଟ ନଥିଲା ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *