ଆଜି ମୋଦୀ ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ଶେଷ ବଜେଟ୍ (ବଜେଟ୍ ୨୦୨୪) ଆଗତ ହୋଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ୍ ଉପସ୍ଥାପନ କରିଛନ୍ତି । ନିର୍ବାଚନ ବର୍ଷ ହୋଇଥିବାରୁ ଏଥର କୌଣସି ବଡ଼ ଘୋଷଣା ହୋଇନାହିଁ କିମ୍ବା ଟ୍ୟାକ୍ସ ସ୍ଲାବରେ କୌଣସି ପରିବର୍ତ୍ତନ ହୋଇନାହିଁ । ଅର୍ଥମନ୍ତ୍ରୀ ତାଙ୍କ ବଜେଟ୍ ଭାଷଣରେ କହିଛନ୍ତି ଯେ ଗତ ୧୦ ବର୍ଷ ମଧ୍ୟରେ ଆୟକର ସଂଗ୍ରହ ତିନି ଗୁଣ ବୃଦ୍ଧି ପାଇଛି ଏବଂ ଆର୍ଥିକ ନିଅଣ୍ଟ ୫.୧ ପ୍ରତିଶତ ହେବ ବୋଲି ଆକଳନ କରାଯାଇଛି ।

ଏହି ଅବସରରେ ଅର୍ଥମନ୍ତ୍ରୀ କହିଛନ୍ତି, ଆଶା ଓ ଅଙ୍ଗନବାଡି କର୍ମୀଙ୍କୁ ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ କରାଯାଇଛି। ୩ କୋଟି ଲକ୍ଷପତି ଦିଦି ସୃଷ୍ଟି କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ୮୩ ଲକ୍ଷ ଏସ୍‌‌ଏଚ୍‌‌ଜିରେ ଏବେ ୯ କୋଟି ମହିଳା ସାମିଲ ହୋଇଛନ୍ତି। ଏ ଯାବତ୍‌‌ ୧ କୋଟି ମହିଳା ଲକ୍ଷପତି ଦିଦି ହୋଇ ସାରିଲେଣି। ସେମାନେ ଅନ୍ୟମାନଙ୍କ ପାଇଁ ପ୍ରେରଣା ବୋଲି ଅର୍ଥମନ୍ତ୍ରୀ ସୀତାରମଣ କହିଛନ୍ତି।ଅନ୍ୟାନ୍ୟ କ୍ଷେତ୍ର ପରି ଆବାସିକ କ୍ଷେତ୍ର ଉପରେ ମଧ୍ୟ ଅନେକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରାଯାଇଛି।

୧. ବଜେଟ୍‌‌ ଉପସ୍ଥାପନ କରି ଅର୍ଥମନ୍ତ୍ରୀ କହିଛନ୍ତି, ମଧ୍ୟବିତ୍ତ ଲୋକଙ୍କୁ ସୁଲଭ ଘର ଯୋଗାଇବା ପାଇଁ ଏକ ନୂତନ ଯୋଜନା ଆରମ୍ଭ ହେବ।

୨.ଅନ୍ତରୀଣ ବଜେଟ୍‌‌ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସମ୍ପ୍ରସାରଣ ଘୋଷଣା କରାଯାଇଛି। ସମସ୍ତଙ୍କ ପାଇଁ ଗୃହ ନିର୍ମାଣ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଜୁନ୍‌‌ ୨୦୧୫ରେ ଆରମ୍ଭ କରାଯାଇଥିଲା। ଏହି ଯୋଜନାର ବର୍ତ୍ତମାନର ସମୟସୀମା ଡିସେମ୍ବର ୨୦୨୪କୁ ପାଞ୍ଚ ବର୍ଷ ବୃଦ୍ଧି କରାଯାଇଛି।

୩. ପ୍ରଧାନମନ୍ତ୍ରୀ ଗ୍ରାମୀଣ ଯୋଜନା ଅଧୀନରେ ୩ କୋଟି ଘର ଦିଆଯାଇଛି।

୪.ଆସନ୍ତା ୫ ବର୍ଷ ମଧ୍ୟରେ ୨ କୋଟି ନୂତନ ଗୃହ ନିର୍ମାଣ କରାଯିବ। ମଧ୍ୟବିତ୍ତ ଲୋକଙ୍କୁ ଗୃହ ଯୋଗାଇବା ପାଇଁ କେନ୍ଦ୍ର ସରକାର ଏକ ଯୋଜନା ଆରମ୍ଭ କରିବେ ବୋଲି ଅର୍ଥମନ୍ତ୍ରୀ ବଜେଟ୍‌‌ ଉପସ୍ଥାପନରେ କହିଛନ୍ତି।

୫.ଟ୍ୟାକ୍ସ ରିଟର୍ଣ୍ଣ ଫାଇଲ ସହଜ ଏବଂ ସରଳ କରାଯିବ।

୬.ବିର୍ତ୍ତୀୟ ନିଅଣ୍ଟକୁ ୪.୫ ପ୍ରତିଶତ ହ୍ରାସ କରାଯିବା ଲକ୍ଷ୍ୟ ରହିଛି।

୭. ୨୦୨୪-୨୪ରେ ବିର୍ତ୍ତୀୟ ନିଅଣ୍ଟ ୫.୧% ହେବା ଲକ୍ଷ୍ୟ ରଖାଯାଇଥିବା ଅର୍ଥମନ୍ତ୍ରୀ କହିଛନ୍ତି।

୮.କର୍ପୋରେଟ ଟିକସ ହାର ୩୦%ରୁ ୨୫%କୁ ହ୍ରାସ କରିବାକୁ ଘୋଷଣା କରାଯାଇଛି।

୯.ମହିଳା ଉଦ୍ୟୋଗୀଙ୍କୁ ୩୦ କୋଟି ମୁଦ୍ରା ଯୋଜନା ଋଣ ପ୍ରଦାନ କରାଯାଇଥିଲା।

୧୦. କୋଭିଡ ଭଳି ଚ୍ୟାଲେଞ୍ଜିଂ ସମୟରେ ଭାରତ ଜି-୨୦ର ନେତୃତ୍ବ ନେଇଥିଲା। ଅନେକ ଦେଶ କୋଭିଡ୍ ବେଳେ ପ୍ରଭାବିତ ହୋଇଥିଲା ।

୧୧.ଆୟକର ସ୍ଲାବରେ କୌଣସି ପରିବର୍ତ୍ତନ ନାହିଁ, ୨୦୨୫ ବିତ୍ତୀୟ ବର୍ଷରେ କରରେ ପରିବର୍ତ୍ତନ ନାହିଁ

୧୨.‘୨୦୨୩-୨୪ରେ ଟ୍ୟାକ୍ସ ସ୍ଲାବକୁ ୭ ଲକ୍ଷ କରାଯାଇଥିଲା , ୧୦ ବର୍ଷରେ ୩ଗୁଣା ଅଧିକ କର ଆଦାୟ ହୋଇଛି।

୧୩.ପର୍ଯ୍ୟଟନର ବିକାଶ ପାଇଁ ସୁଧ ମୁକ୍ତ ଋଣ ଦିଆଯିବ, ଲକ୍ଷଦ୍ବୀପକୁ ପର୍ଯ୍ୟଟନ ସ୍ଥଳ ଭାବରେ ବିକାଶ କରାଯିବ।

୧୪.ବାୟୋ ମାନୁଫେକଚରିଂ ପାଇଁ ନୂଆ ଯୋଜନା ହେବ।

୧୫.କୋଇଲା ଗ୍ୟାସିଫିକେସନ ଦ୍ବାରା ପ୍ରାକୃତିକ ଗ୍ୟାସ ଆମଦାନି ହ୍ରାସ କରାଯିବ।

୧୬.ଇଭି କ୍ଷେତ୍ରରେ ବିକାଶ କରାଯିବ

୧୭.ଇଭି ଚାର୍ଜିଂ ସେଣ୍ଟର ସ୍ଥାପନ ଉପରେ ଗୁରୁତ୍ବ ଦିଆଯିବ।

୧୮.ବନ୍ଦେ ଭାରତ ଯୋଜନାରେ ୪୦ ହଜାର ବଗି ଅପଗ୍ରେଡ ହେବ।

୧୯.ଉଡାନ ଯୋଜନାରେ ୫୧୭ ନୂଆ ରୁଟ ସଂଯୋଗ କରାଯିବ।

୨୦.ଛୋଟ ସହରରେ ମେଟ୍ରୋ ସ୍ଥାପନ କରାଯିବ।

୨୧.ଏନର୍ଜି, ମିନେରାଲ ଓ ସିମେଣ୍ଟ ପାଇଁ ୩ଟି ରେଳ କରିଡର କରାଯିବ।

୨୨.ଆଗାମୀ ୧୦ ବର୍ଷରେ ବିମାନ ବନ୍ଦର ସଂଖ୍ୟା ୧୪୯ରେ ପହଞ୍ଚିବ।

୨୩.ଆଗାମୀ ୫ ବର୍ଷରେ ଜୋରଦାର ବିକାଶ ସମ୍ଭାବନା।

୨୪.ରିଫର୍ମ, ପରଫର୍ମ ଓ ଟ୍ରାନସଫର୍ମ ମାଧ୍ୟମରେ ହେବ ବିକାଶ,

ଠିକ୍ ସମୟରେ MSMEକୁ ପର୍ଯ୍ୟାପ୍ତ ପୁଞ୍ଜି ପ୍ରଦାନ କରାଯାଇଛି।

୨୫.ଗତ ୧୦ ବର୍ଷରେ ମହିଳା ସଶକ୍ତିକରଣ ବଢ଼ିଛି।

୨୬.ଲକ୍ଷପତି ଦିଦିର ଲକ୍ଷ୍ୟ ୩ କୋଟି ମହିଳାଙ୍କୁ ଲକ୍ଷପତି କରିବା, ଦେଶର ଏକ କୋଟି ମହିଳା ଲକ୍ଷପତି ହୋଇ ସାରିଛନ୍ତି।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *