ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟିଲେ ଜାପାନ କନ୍ସଲ୍ ଜେନେରାଲ୍ ଇଶିକାୱା ଯୋଶିହିସା । ଓଡ଼ିଶା-ଜାପାନ ସମ୍ପର୍କକୁ ଆହୁରି ମଜବୁତ କରିବା ନେଇ ଆଲୋଚନା ହୋଇଥିବା ଜଣାପଡିଛି। ବାଣିଜ୍ୟ, ବିନିଯୋଗ, ପ୍ରଯୁକ୍ତି, ପର୍ଯ୍ୟଟନ ଓ ଦକ୍ଷତା ବିକାଶ କ୍ଷେତ୍ରକୁ ଗୁରୁତ୍ବ ଦିଆଯାଇଛି। ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ମାଝୀ ଓଡ଼ିଶାରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପରେ ଜାପାନର ସମର୍ଥନ ଏବଂ ବାଣିଜ୍ୟ ସମ୍ପର୍କ ବୃଦ୍ଧିକୁ ପ୍ରଶଂସା କରିଛନ୍ତି। ସେ ଆଶା କରିଛନ୍ତି ଯେ ଜାପାନ ଓଡ଼ିଶାର ନିବେଶ ଏବଂ ଶିଳ୍ପାୟନ ପ୍ରୟାସରେ ବିସ୍ତାର କରିବ। Post navigation Anganwadi Centers in Bhadrak to remain closed till 31st due to Heatwave Odisha Govt to bring all ULB Bus Stands under ‘Atal Bus Stand’ Scheme