ମହାକାଶ ଜଗତରେ ନୂଆ ଫର୍ଦ୍ଦ ଯୋଡିବେ ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଲା । ପ୍ରଥମ ଭାରତୀୟ ଭାବେ ଇଣ୍ଟରନ୍ୟାସନାଲ ସ୍ପେସ୍ ସେଣ୍ଟର (ଆଇଏସଏସ) ଯିବେ ଶୁଭାଂଶୁ । ସ୍ପେସକୁ ଯିବାରେ ସେ ଦ୍ୱିତୀୟ ଭାରତୀୟ ଭାବେ ପରିଚିତ ହେବେ । ଏହି ମିଶନକୁ ଫାଲକନ ୯ ରକେଟରେ ନାସାର କେନେଡି ସ୍ପେସ ସେଣ୍ଟରରୁ ଲଞ୍ଚ କରାଯିବ । ଏକ୍ସିଓମ -୪ – Axiom Mission 4 (Ax-4) ମିଶନରେ ଚାରି ଦେଶର ୪ଜଣ ମହାକାଶଚାରୀ ୧୪ ଦିନ ପାଇଁ ଇଣ୍ଟରନ୍ୟାସନାଲ ସ୍ପେସ ଷ୍ଟେସନକୁ ଯିବେ । ୧୦ ଜୁନ ସଂଧ୍ୟା ୫.୪୫ରେ ଲଞ୍ଚ ହେବ ମିସନ ‘ଏକ୍ସ-ଫୋର’ । ଭାରତୀୟ ବାୟୁସେନାର ଅନୁଭବୀ ପାଇଲଟ ଶୁଭ୍ରାଂଶ ସ୍ପେସଏକ୍ସ ଡ୍ରାଗନ ସ୍ପେସକ୍ରାଫ୍ଟରେ ମିଶନ ପାଇଲଟ ଭାବେ କାମ କରିବେ । ଏହା ପୂର୍ବରୁ ରାକେଶ ଶର୍ମା ସୋଭିୟତ ୟୁନିୟନର ସ୍ପେସକ୍ରାଫ୍ଟରେ ମହାକାଶକୁ ଯାଇଥିଲେ । Post navigation ଆଇଇଡି ବିସ୍ଫୋରଣରେ ଅତିରିକ୍ତ ଏସପି ସହିଦ ଓଡ଼ିଆ ପୁଅ ଆଇପିଏସ୍ ଉତ୍କଳ ରଞ୍ଜନ ସାହୁ ହେଲେ RPSC ଅଧ୍ୟକ୍ଷ