ଓଡ଼ିଶାରେ ଶିଳ୍ପର ବିକାଶ ଓ ବୈଦେଶିକ ନିବେଶକୁ ଆକୃଷ୍ଟ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦୁବାଇ ଗସ୍ତ ସଫଳତାର ସହ ଆଗେଇ ଚାଲିଛି। ଏହି ଗସ୍ତ କାଳରେ ରାଜ୍ୟରେ ନିବେଶ ଅନ୍ୱେଷଣ ଏବଂ ବିଭିନ୍ନ ଶିଳ୍ପ କ୍ଷେତ୍ରରେ ବ୍ୟବସାୟିକ ସହଯୋଗ ବୃଦ୍ଧି ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି।

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସିଧାସଳଖ ଭାବେ UAE ର ଅର୍ଥନୀତି ଓ ପର୍ଯ୍ୟଟନ ମନ୍ତ୍ରୀ ଅବଦୁଲ୍ଲା ବିନ୍ ତୌକ୍ ଅଲ୍ ମାରିଙ୍କ ସହ ବୈଠକ କରି ଓଡ଼ିଶାରେ ନିବେଶ ସୁଯୋଗ ବାବଦରେ ବିସ୍ତୃତ ଆଲୋଚନା କରିଛନ୍ତି। ଓଡ଼ିଶାର ଆଲୁମିନିୟମ୍ ଶିଳ୍ପ ପରିବେଶ, ଭିତ୍ତିଭୂମି ଏବଂ ଡାଉନଷ୍ଟ୍ରିମ୍ କ୍ଷେତ୍ରରେ ପୁଞ୍ଜିନିବେଶ କରିବାକୁ UAE ର ନିବେଶକମାନଙ୍କୁ ଆହ୍ୱାନ ଦିଆଯାଇଛି।

ଇଣ୍ଡିଆନ୍ ବିଜନେସ୍ ଆଣ୍ଡ୍ ପ୍ରୋଫେସନାଲ୍ କାଉନ୍ସିଲ୍ (IBPC) ର ପ୍ରତିନିଧିମାନଙ୍କ ସହ ବିଶେଷ ଆଲୋଚନା କରାଯାଇ ଓଡ଼ିଶାରେ ଶିଳ୍ପ ସହଭାଗିତା ପାଇଁ ଆମନ୍ତ୍ରଣ କରାଯାଇଛି।

ଏହି ସାକ୍ଷାତକାର ଦ୍ୱାରା ଓଡ଼ିଶା ଏବଂ UAE ମଧ୍ୟରେ ବ୍ୟବସାୟିକ ସମ୍ପର୍କ ଆହୁରି ସୁଦୃଢ଼ ହେବା ସହ ରାଜ୍ୟକୁ ନୂଆ ନିବେଶ ଓ ନିଯୁକ୍ତି ସୁଯୋଗ ଆସିବ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *