ରାଞ୍ଚି: ହେମନ୍ତ ସୋରେନଙ୍କ ଘରେ ED ଚଢ଼ାଉ। ସୂଚନା ଅନୁଯାୟୀ,ଚଢ଼ାଉ ବେଳେ ଉପସ୍ଥିତ ନଥିଲେ ସୋରେନ। ଦିଲ୍ଲୀ ବାସଭବନରେ ହେମନ୍ତଙ୍କ ୨ BMW ଗାଡ଼ି ଜବତ କରିଛି ED। BMW ସହ ୩୬ଲକ୍ଷ ଟଙ୍କା ଜବତ କଲା ED।କିନ୍ତୁ ଦୁଇ ଦିନ ଚେଷ୍ଟା ପରେ ବି ଇଡି ସୋରେନଙ୍କୁ ପାଇପାରି ନାହିଁ ।

ଝାଡଖଣ୍ଡର ରାଜଧାନୀ ରାଞ୍ଚିରେ ଥିବା ମୁଖ୍ୟମନ୍ତ୍ରୀ ବାସଭବନରେ ହେମନ୍ତ ସୋରେନ ପହଞ୍ଚିଥିବା ସୂଚନା ମିଳିଛି। ବାସଭବନରେ କେଉଁ ସମୟରେ ଏବଂ କିଭଳି ପହଞ୍ଚିଲେ ସେ ନେଇ କୌଣସି ସ୍ପଷ୍ଟ ସୂଚନା ପ୍ରକାଶ ପାଇନାହିଁ। ହେମନ୍ତ ସୋରେନ ସୋମବାର ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଶ୍ରାଦ୍ଧ ବାର୍ଷିକୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ବୋଲି ସୂଚନା ମିଳିଛି।

ଜମି ଦୁର୍ନୀତି ଓ ମନି ଲଣ୍ଡରିଂ ମାମଲାରେ ଇଡ଼ି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ୧୦ଥର ସମନ କରିଥିଲା। ୨୭ ଜାନୁଆରୀରେ ହେମନ୍ତ ସୋରେନ ଇଡିରେ ହାଜର ହେବାକୁ କୁହାଯାଇଥିଲା। ଯାହାକୁ ଏଡାଇ ଦେଇ ହେମନ୍ତ ସୋରେନ ଇଡ଼ିକୁ ଆଉ ଏକ ଚିଠି ଲେଖିଛନ୍ତି। ଯେଉଁଥିରେ ଜାନୁଆରୀ ୩୧ରେ ହାଜର ହେବାକୁ କହିଛନ୍ତି।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *