ପୁଣି ଆଜି ରାଜ୍ୟରେ ଅସହ୍ୟ ତାତି। ପଶ୍ଚିମ ଓଡ଼ିଶାରେ ଅଗ୍ନିବର୍ଷା ହେଉଥିବା ବେଳେ ଉପକୂଳରେ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ,ସକାଳ ସାଢ଼େ ୫ଟାରେ ଭୁବନେଶ୍ୱର ତାପମାତ୍ରା ୩୧ ଡିଗ୍ରୀ ଥିବା ବେଳେ ଆର୍ଦ୍ରତା ୮୭% ଥିବାରୁ ପ୍ରବଳ ଗୁଳୁଗୁଳି ଅନୁଭୂତ ହୋଇଥିଲା । ସେହିଭଳି ସକାଳ ସାଢ଼େ ୮ଟାରେ ତାପମାତ୍ରା ୩୯ ଡିଗ୍ରୀ ଥିବା ବେଳେ  ଦିନ ୨ ଟା ୩୦ ସୁଦ୍ଧା ରାଜଧାନୀରେ ତାପମାତ୍ରା ୪୩ ଡିଗ୍ରୀରେ ପହଞ୍ଚିଛି।

 

ସେହିପରି ଝାରସୁଗୁଡ଼ାରେ ତାପମାତ୍ରା ୪୬.୬ ଡିଗ୍ରୀ, ସୋନପୁର୪୬.୨ , ସମ୍ବଲପୁର ୪୫.୬ , ହୀରାକୁଦ ୪୫.୧ ଡିଗ୍ରୀ ଓ ବୌଦ୍ଧରେ ୪୫.୩ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ରାଉରକେଲା ୪୪.୫, ବରଗଡ଼ରେ ୪୪ ଡିଗ୍ରୀ, ତାଳଚେରରେ ୪୩ ଡିଗ୍ରୀ, କେନ୍ଦୁଝର ୪୧.୪ ଡିଗ୍ରୀ, ଏବଂ ସୁନ୍ଦରଗଡ଼ରେ ୪୩.୪ ଡିଗ୍ରୀ, ତାପମାତ୍ରା,ଟିଟିଲାଗଡ଼ାରେ ୪୬ ଡିଗ୍ରୀ,ବଲାଙ୍ଗୀରରେ ୪୬.୩ ଡିଗ୍ରୀ, ମାଲକାନଗିରି ୪୧.୫,ଡିଗ୍ରୀ, ନବରଙ୍ଗପୁର ୪୦,ଡିଗ୍ରୀ, ଭବାନୀପାଟଣା ୪୪.୫ଡିଗ୍ରୀ , ରାୟଗଡା ୪୧.୨ ଡିଗ୍ରୀ ରେକର୍ଡ କରାଯାଇଛି। ଆଜି ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର ହୋଇଥିବାବେଳେ,କାଲି ମଧ୍ୟ ରାଜ୍ୟରେ ତାପମାତ୍ରା ୪୬ ଡିଗ୍ରୀ ଉପରେ ଥିଲା ଓ ଦିଲ୍ଳୀର ତାପମାତ୍ରା ୫୨.୩ ଡିଗ୍ରୀ ରେକର୍ଡ କରାଯାଇଥିଲା ।

By SonaliP

Leave a Reply

Your email address will not be published. Required fields are marked *