ବିଜେଡି ଉପରେ ବର୍ଷିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ବିଜେଡି ମିଛ ପଦାରେ ପକାଇଛନ୍ତି ଅଶ୍ୱିନୀ।  ସୋସିଆଲ ମିଡିଆ ଏକ୍ସରେ କିଛି ତଥ୍ୟ ପୋଷ୍ଟ କରି ଲେଖିଛନ୍ତି ବିଜେଡି କହୁଛି ଓଡ଼ିଶାରେ ଟେଲି ସଂଯୋଗ ଖରାପ ରହିଛି ହେଲେ ବାସ୍ତବ ସତ ହେଉଛି ୨୦୧୪ ରେ ୭,୫୬୨ ଟାୱାର ଥିବା ବେଳେ ଏବେ ୨୦୨୪ ରେ ୨୮,୨୭୪ ଟି ରହିଛି। ୧୦ ବର୍ଷରେ ଟାୱାର ସଂଖ୍ୟା ତିନିଗୁଣ ବୃଦ୍ଧି ପାଇଛି। ଏହାସହ ୫୦୩୪ କୋଟିର ୫,୩୩୩ ମୋବାଇଲ ଟାୱାର ନିର୍ମାଣ ପାଇଁ ମୋଦି ସରକାର ମଞ୍ଜୁର ହୋଇଥିବା କହିଛନ୍ତି ରେଳମନ୍ତ୍ରୀ। ସେ ଆହୁରି କହିଛନ୍ତି ଯେ, ବିଜେଡି କହୁଛି ଗତ ୬ ବର୍ଷରେ କୌଣସି ନୂଆ ରେଳ ଲାଇନ୍ ହୋଇନି ହେଲେ ସତ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ୧୦ ବର୍ଷରେ ଓଡ଼ିଶାରେ ୧,୮୨୬ କିମି ରେଳ ଲାଇନ୍ ତିଆରି କରାଇଛନ୍ତି। ଯାହା ଶ୍ରୀଲଙ୍କାର ସମୁଦାୟ ରେଳ ଲାଇନଠୁ ଅଧିକ।

By Nirvay

Leave a Reply

Your email address will not be published. Required fields are marked *