ଜମ୍ମୁରେ ବଡ଼ ଧରଣର ବସ ଦୁର୍ଘଟଣା ଘଟିଛି । ଜମ୍ମୁର ଅଖନୁର ଚୁଙ୍ଗି ଅଞ୍ଚଳ ଘାଟିରେ ବସ୍ ଖସି ପଡ଼ିବାରୁ ୧୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ସ୍ଥାନୀୟ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ, ଦୁର୍ଘଟଣା ଘଟିଥିବା ବସଟି ୫୦ ଜଣ ତୀର୍ଥଯାତ୍ରୀଙ୍କୁ ନେଇ ଯାତ୍ରା କରୁଥିଲା । ହରିୟାଣା କୁରୁକ୍ଷେତ୍ର ଅଞ୍ଚଳରୁ କିଛି ତୀର୍ଥଯାତ୍ରୀ ଜମ୍ମୁ ଓ କାଶ୍ମୀରର ରୈସି ଜିଲ୍ଲାର ଶିବ ଖୋରି ଅଞ୍ଚଳକୁ ଯାତ୍ରା କରୁଥିଲେ । ଚୁଙ୍ଗି ଘାଟିରେ ବସଟି ଭାରସାମ୍ୟ ହରାଇ ଏକ ୧୫୦ ଫୁଟ ଖାଇକୁ ଖସିପଡ଼ିଥିଲା । ୧୫ ଜଣଙ୍କ ମୃତ୍ୟୁ ହୋଇଛି ।ଏଥିରେ ଖବର ପାଇ ଉଦ୍ଧାରକାରୀ ଟିମ୍ ୩୦ ଜଣଙ୍କୁ ଉଦ୍ଧାର କରି ଆହତଙ୍କୁ ଚିକିତ୍ସା ପାଇଁ ଅଖନୁର ହସ୍ପିଟାଲ ଓ ଜମ୍ମୁର ସରକାରୀ ମେଡିକାଲ କଲେଜ ରେ ଭର୍ତ୍ତି କରିଛନ୍ତି । ଅନ୍ୟ ୫ ଜଣଙ୍କ ବାବଦରେ କୌଣସି ସ୍ପଷ୍ଟ ସୂଚନା ମିଳି ପାରିନାହିଁ।

By SonaliP

Leave a Reply

Your email address will not be published. Required fields are marked *