ଆଜି ଅଙ୍ଗଦାତ୍ରୀ କୁନିଝିଅ ଦମୟନ୍ତୀ ମହନ୍ତଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପୁରୀ ସ୍ବର୍ଗଦ୍ବାରରେ ଶେଷକୃତ୍ୟ

ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ବହୁ ବିଶିଷ୍ଟ ବ୍ୟକ୍ତି ଓ ଅଧିକାରୀ।ଅଙ୍ଗଦାନ କରୁଥିବା ବ୍ୟକ୍ତିଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟଦାର ସହିତ ଅନ୍ତିମ ସଂସ୍କାର କରାଯିବ ବୋଲି କିଛିଦିନ ପୂର୍ବେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ । ସେଥିପାଇଁ ଦମୟନ୍ତୀଙ୍କୁ ମଧ୍ୟ ରାଷ୍ଟ୍ରୀୟ ମର୍ଯ୍ୟଦାର ସହିତ ଶେଷକୃତ୍ୟ ସଂପନ୍ନ କରାବା ପାଇଁ ଓଡ଼ିଶା-ମୋ ପରିବାର ଦ୍ୱାରା ରାଜ୍ୟ ସରକାରଙ୍କ ପାଖରେ ନିବେଦନ କରାଯାଇଥିଲା । ରାଜ୍ୟ ସରକାର ସମସ୍ତ ପ୍ରକାର କାକଜପତ୍ର ଯାଞ୍ଚ କରି ଦମୟନ୍ତୀଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟଦା ସହିତ ଶେଷକୃତ୍ୟ ସଂପନ୍ନ କରାଯିବ ବୋଲି ନିଷ୍ପତ୍ତି ନେଇଥିଲା । ଯେହେତୁ ଦମୟନ୍ତୀଙ୍କ ମାତା ପିତାଙ୍କ ଇଚ୍ଛାଥିଲା ତାଙ୍କର ଝିଅର ଶେଷକୃତ୍ୟ ପୁରୀ ସ୍ୱର୍ଗଦ୍ୱାରରେ ସଂପନ୍ନ କରିବାପାଇଁ ତାଙ୍କର ଏହି ଇଚ୍ଛାକୁ ସମ୍ମାନ ଜଣାଇ ଦମୟତନ୍ତୀର ଶେଷକୃତ୍ୟ ଆଜି ରାଷ୍ଟ୍ରୀୟ ମର୍ଯ୍ୟଦାର ସହିତ ପୁରୀ ସ୍ୱର୍ଗଦ୍ୱାରଠାରେ ସମ୍ପନ୍ନ କରାଯାଇଛି । ଏହି ସମୟରେ ପୁରୀ ସ୍ୱର୍ଗଦ୍ୱାରଠାରେ ଓଡ଼ିଶା-ମୋ ପରିବାର ତରଫରୁ ଓଡ଼ିଶା ମୋ ପରିବାର-ଜୀବନବିନ୍ଦୁ ଯୁଗ୍ମ ସଂଯୋଜକ ଶ୍ରୀ ଷ୍ଟାଲିନ୍ ପରିଜା, ପୁରୀ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶରତ ଚନ୍ଦ୍ର ବେହେରା, ଜିଲ୍ଲା ସୂଚନା ଏବଂ ଲୋକ ସଂପର୍କ ଅଧିକାରୀ ଶ୍ରୀ ସନ୍ତୋଷ ସେଠୀ ପ୍ରମୁଖଙ୍କ ଉପସ୍ଥିତ ରହି ଦମୟନ୍ତୀଙ୍କ ପରିବୋର ଲୋକଙ୍କୁ ସାନ୍ତ୍ୱନା ପ୍ରଦାନ କରିଥିଲେ ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *