Fuel Supply to be normalized in Odisha by Monday Evening
ରାଜ୍ୟରେ ଦେଖାଦେଇଥିବା ପେଟ୍ରୋଲ ଓ ଡିଜେଲ ସଂକଟ ସୋମବାର ସନ୍ଧ୍ୟା ସୁଦ୍ଧା ସ୍ୱାଭାବିକ ହୋଇଯିବ ବୋଲି ଉତ୍କଳ ପେଟ୍ରୋଲିୟମ ଡିଲର ସଂଘର ସାଧାରଣ ସଂପାଦକ ସଞ୍ଜୟ ଲାଠ ସୂଚନା ଦେଇଛନ୍ତି ।
 
ତାଙ୍କ କହିବା ଅନୁଯାୟୀ, ବର୍ତ୍ତମାନ ସମସ୍ତ ପେଟ୍ରୋଲ ପମ୍ପକୁ ତୈଳ ଯୋଗାଣ ଆରମ୍ଭ ହୋଇଯାଇଛି । ରବିବାର ଦିନ ମଧ୍ୟ ନିରବଚ୍ଛିନ୍ନ ଭାବେ ତୈଳ ଯୋଗାଣ ଜାରି ରହିବ । ଯଦି ଯୋଗାଣ ଏହି ଭଳି ଜାରି ରହେ, ତେବେ ସୋମବାର ସନ୍ଧ୍ୟା ସୁଦ୍ଧା ରାଜ୍ୟରେ ପେଟ୍ରୋଲ, ଡିଜେଲର ଉପଲବ୍ଧତା ସ୍ୱାଭାବିକ ସ୍ତରକୁ ଫେରିଆସିବ ବୋଲି ସେ କହିଛନ୍ତି । ଗତ କିଛି ଦିନ ଧରି ତୈଳ ଯୋଗାଣରେ ସମସ୍ୟା ଦେଖାଦେବା ପରେ ରାଜ୍ୟର ଅନେକ ପେଟ୍ରୋଲ ପମ୍ପରେ ଗାଡ଼ିର ଲମ୍ବା ଲାଇନ ଦେଖିବାକୁ ମିଳିଥିଲା ।

By Nirvay

Leave a Reply

Your email address will not be published. Required fields are marked *