ନୂଆଦିଲ୍ଲୀ: ଶ୍ରୀ ରାମ ମନ୍ଦିରର ଗର୍ଭଗୃହରେ ପ୍ରଭୁ ଶ୍ରୀ ରାମଙ୍କ ନବନିର୍ମିତ ପ୍ରତିମାକୁ ପ୍ରତିଷ୍ଠା କରାଯାଇଛି। ଗର୍ଭଗୃହରେ ଶ୍ରୀବିଗ୍ରହ ସ୍ଥାପନ କରାଯିବା ପରେ ପ୍ରଥମ ଥର ଲାଗି ଫଟୋ ସାମ୍ନାକୁ ଆସିଛି। ରାମ ଲାଲାଙ୍କ ମୂର୍ତ୍ତିର ପ୍ରଥମ ଫଟୋରେ କିଛି ଅତି ସୁନ୍ଦର ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ ଛିଡା ହୋଇଥିବା ଅବସ୍ଥାରେ ଦେବତାଙ୍କୁ ୫ ବର୍ଷର ଶିଶୁ ଭାବରେ ଚିତ୍ରଣ କରଯାଇଛି।

ଗତକାଲି ଗଣେଶଙ୍କ ପୂଜାରୁ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବର ଆନୁଷ୍ଠାନିକ ରୀତିନୀତିରୁ ଆରମ୍ଭ ହୋଇଥିଲା। ଗଣେଶ, ଅମ୍ବିକା ଏବଂ ତୀର୍ଥ ପୂଜା ଦ୍ୱିପ୍ରହର ୧.୨୦ରୁ ଆରମ୍ଭ କରାଯାଇଥିଲା। ଏହା ପୂର୍ବରୁ ବୈଦିକ ମନ୍ତ୍ର ଜପ କରିବା ମଧ୍ୟରେ ଗର୍ଭଗୃହରେ ରାମଲାଲାଙ୍କ ପ୍ରତିମା ସ୍ଥାପନ କରାଯାଇଥିଲା। ପ୍ରଥମ ଦିନରେ ପ୍ରାୟ ସାତ ଘଣ୍ଟା ପୂଜା ଚାଲିଥିଲା। ମୁଖ୍ୟ ଯଜମାନ ଭାବେ ଅଶୋକ ସିହ୍ନା ଫାଉଣ୍ଡେସନର ସଭାପତି ମହେଶ ଭାଗଚାନ୍ଦକା ଥିଲେ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *