ନୂଆଦିଲ୍ଲୀ: ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହ ପୂର୍ବରୁ ଅନେକ ଭୁଲ ସୂଚନା ବିଭିନ୍ନ ସାଇଟ୍ ଏବଂ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ଦେଖିବାକୁ ମିଳୁଛି । ଏହାକୁ ନେଇ ଏବେ ସରକାର ଆକ୍ସନ ମୋଡକୁ ଆସିଛନ୍ତି । ସରକାର ମିଡିଆ ଆଉଟଲେଟ୍ସ, ସୋସିଆଲ୍ ମିଡିଆ ପ୍ଲାଟଫର୍ମଗୁଡିକୁ ରାମ ମନ୍ଦିର କାର୍ଯ୍ୟକ୍ରମ ସମ୍ପର୍କିତ ମିଛ, ଭୁଲ ତଥ୍ୟ ସାମଗ୍ରୀ ପ୍ରକାଶିତ କରିବାଠାରୁ ଦୂରେଇ ରହିବାକୁ କହିଛନ୍ତି ।

କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ଏକ ମାର୍ଗଦର୍ଶିକା ଜାରି କରାଯାଇଛି । ମନ୍ତ୍ରଣାଳୟ କହିଛି ଯେ କିଛି ମିଛ, ଭ୍ରମିତ କଲା ଭଳି ସାମଗ୍ରୀ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ନଜରକୁ ଆସିଛି । ଏହା ସାମ୍ପ୍ରଦାୟିକ ସଦଭାବ ଏବଂ ସାର୍ବଜାନୀନ ବ୍ୟବସ୍ଥାକୁ ବିଗାଡିପାରେ ।

ମନ୍ତ୍ରଣାଳୟର ମାର୍ଗଦର୍ଶିକାରେ ଖବରକାଗଜ, ଘରୋଇ ଟିଭି ଚ୍ୟାନେଲ ଏବଂ ଡିଜିଟାଲ ମିଡିଆ ଏବଂ ସମାଚାର ପ୍ରକାଶକଙ୍କୁ ବିଭ୍ରାନ୍ତିକର ସାମଗ୍ରୀ ପ୍ରକାଶ ଏବଂ ପ୍ରାସରଣ ନକରିବାକୁ କୁହାଯାଇଛି ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *