ନୂଆଦିଲ୍ଲୀ: ଅଯୋଧ୍ୟାରେ ଶ୍ରୀରାମଲଲା ବିରାଜମାନର ପ୍ରାଣ ପ୍ରତିଷ୍ଠା ସମାରୋହକୁ ଐତିହାସିକ କରିବାପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସୋମବାର ଅଯୋଧ୍ୟାରେ ରାମଲଲାଙ୍କ ପ୍ରାଣପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ । ଏହି ଭବ୍ୟ ଉତ୍ସବକୁ ଦେଖିବାପାଇଁ ହଜାର ହଜାର ସଂଖ୍ୟାରେ ରାମଭକ୍ତ ଅଯୋଧ୍ୟାରେ ପହଞ୍ଚିଛନ୍ତି। ମନ୍ଦିର ପରିସରରେ କୀର୍ତ୍ତନ, ଭଜନ, ରାମାୟଣ ଓ ରମଚରିତ ମାନସ ଚାଲିଛି। ବିଭିନ୍ନ ନଦୀର ପବିତ୍ର ଜଳରେ ରାମଲଲାଙ୍କ ବିଗ୍ରହକୁ ସ୍ନାନ କରାଯାଇଛି। ଏଥିସହ ସାହିୟା ଅଧିବାସ, ଅଘୋର ହୋମ ଏବଂ ରାତ୍ରି ଜାଗରଣ ତଥା ବାସ୍ତୁ ଶାନ୍ତି ଅନୁଷ୍ଠାନ ଭଳି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି।

 

ଗତକାଲି ମନ୍ଦିର ପରିସରରେ ୮୧ଟି କଳସ ସ୍ଥାପନା କରାଯାଇଥିଲା। ଏହା ପୂର୍ବରୁ ଗତ ଗୁରୁବାର ଦିନ ରାମଲଲାଙ୍କ ମୂର୍ତ୍ତିକୁ ସାର୍ବଜନୀନ କରାଯାଇଥିଲା। ଆସନ୍ତାକାଲି ପୌଷ ଶୁକ୍ଳ ଦ୍ୱାଦଶୀ ତିଥିରେ ଅପରାହ୍ଣ ୧୨ଟା ୨୦ମିନିଟ୍‌‌ ସମୟରେ ରାମଲଲାଙ୍କ ମୂର୍ତ୍ତିରେ ପ୍ରାଣପ୍ରତିଷ୍ଠା କରାଯିବା ସହ ମନ୍ଦିରର ଗର୍ଭଗୃହରେ ଶ୍ରୀବିଗ୍ରହ ରୂପେ ସ୍ଥାପନ ପୂର୍ବକ ପୂଜା କରାଯିବ। ଏହି କାର୍ଯ୍ୟକ୍ରମରେ ୫ ଜଣ ପ୍ରମୁଖ ବ୍ୟକ୍ତିଙ୍କ ମଧ୍ୟରେ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ରର ଅଧ୍ୟକ୍ଷ ମହନ୍ତ ନିତ୍ୟ ଗୋପାଳଦାସ ଜୀ ମହାରାଜ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରସଂଘଚାଳକ ଡକ୍ଟର ମୋହନ ଭାଗବତ ଉପସ୍ଥିତ ରହିବେ। ଏହା ବ୍ୟତୀତ ଅନେକ ସିନେତାରକା, କ୍ରିକେଟର ଏବଂ ବିଭିନ୍ନ କ୍ଷେତରୁ ବଡ଼ ବ୍ୟକ୍ତିବିଶେଷ ଆସି ଅଯୋଧ୍ୟାରେ ପହଞ୍ଚିଲେଣି।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *